ରନ୍ଧନ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ BCJDର ପ୍ରସ୍ତୁତି ବୈଠକ

1 min read

ଭୁବନେଶ୍ୱର: ରନ୍ଧନ ଗ୍ୟାସ ର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ହେବାକୁ ଥିବା ରାଜ୍ୟ ବ୍ୟାପୀ ଆନ୍ଦୋଳନର ପ୍ରସ୍ତୁତି ବୈଠକ ସମ୍ପର୍କିତ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜ୍ୟର ତିନି ଆର୍.ଡି.ସି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ। ସୋମବାର କଟକ ଆର୍.ଡି.ସି ସମ୍ମୁଖରେ ଏବଂ ଏହାର ଅନ୍ତର୍ଗତ ସମସ୍ତ ବ୍ଲକ୍ ସମ୍ମୁଖରେ ଯୁବକ ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବେ ।

ସେହିପରି ଅନୁରୁପ ଭାବେ ୨୩ ତାରିଖରେ ସମ୍ବଲପୁର ଆର୍.ଡି.ସି କାର୍ଯ୍ୟାଳୟ, ୨୪ ତାରିଖରେ ବ୍ରହ୍ମପୁର ଆର୍.ଡି.ସି କାର୍ଯ୍ୟାଳୟ ସମ୍ମୁଖରେ ଏବଂ ଏହାର ଅନ୍ତର୍ଗତ ସମସ୍ତ ବ୍ଲକ୍ ସମ୍ମୁଖରେ ଏହି ପ୍ରତିବାଦ ଜାରି ରହିବ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଓ୍ବେବିନାର ମାଧ୍ୟମରେ ଆୟୋଜିତ ପ୍ରସ୍ତୁତି ବୈଠକ ରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ର ମାନ୍ୟବର ବିଧାୟକ  ପ୍ରଣବ ପ୍ରକାଶ ଦାସ ଓଡ଼ିଶାର ସମସ୍ତ ଯୁବ ଛାତ୍ର ନେତୃତ୍ୱ ଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବା ସହ ରନ୍ଧନ ଗ୍ୟାସ ର ଅହେତୁକ ଦର ଦାମ ବୃଦ୍ଧି ଦ୍ବାରା ଓଡ଼ିଶା ର ମା’, ଭଉଣୀ ତଥା ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣ ମାତ୍ରାଧିକ ପ୍ରଭାବିତ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡଃ ବ୍ୟୋମକେଶ ରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଓ୍ବେବିନାର ରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ (ଯୁବଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ  ପ୍ରଣବ କୁମାର ବଳବନ୍ତରାୟ ଆଗାମୀ ତିନି ଦିନ ଧରି ହେବାକୁ ଥିବା ଆନ୍ଦୋଳନ ର ସବିଶେଷ ଖସଡ଼ା, ରାଜ୍ୟ ର ସମସ୍ତ ଯୁବ ଛାତ୍ର ନେତୃବୃନ୍ଦ ଙ୍କୁ ପ୍ରଦାନ କରିବା ସହ ଉଜ୍ଜଳା ଯୋଜନା ର ବିଫଳତା ଗୃହିଣୀ ଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ବୋଲି ବର୍ଣ୍ଣନା କରିଥିଲେ”।

ବିଗତ ସାଢେ଼ ତିନି ବର୍ଷରେ ରନ୍ଧନ ଗ୍ୟାସ ର ମୂଲ୍ୟ ୭୦% ବଢ଼ିଛି।୨୦୧୭-୧୮ ମସିହାରେ ରନ୍ଧନ ଗ୍ୟାସ ର ମୂଲ୍ୟ ୫୪୯ ଟଙ୍କା ଥିଲା ବେଳେ ଆଜି ପାଖାପାଖି ୧୦୦୦ ଟଙ୍କା ରେ ପହଞ୍ଚିଲାଣି, ଯାହାଦ୍ଵାରା ଦାରିଦ୍ର୍ୟ ସୀମାରେଖା ତଳେଥିବା ସାଧାରଣ ଲୋକ ମାନେ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି। ତେଣୁ ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଗରିବ ମାରଣା ନୀତି ନିଷ୍ପତ୍ତି କୁ ପ୍ରତ୍ୟାହାର କରି ରନ୍ଧନ ଗ୍ୟାସ ର ମୂଲ୍ୟ ହ୍ରାସ ନ କରିଛନ୍ତି ଓଡ଼ିଶା ର ଯୁବକ ଛାତ୍ର ମାନେ ଏହି ଆନ୍ଦୋଳନ କୁ ଆହୁରି ଦୁର୍ବାର କରିବେ ବୋଲି ଡଃ ରାୟ ତାଙ୍କ ଅଭିଭାଷଣରେ କହିଥିଲେ।

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ  ଦେବୀ ରଂଜନ ତ୍ରିପାଠୀ କହିଥିଲେ କି “କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ଦ୍ବାରା ଓଡ଼ିଶା ର ଜନ ସାଧାରଣ ଙ୍କୁ ବହୁମାତ୍ରା ରେ ବ୍ୟଥିତ କରୁଛି ତେଣୁ ବିଜୁ ଯୁବ ଛାତ୍ର ଜନତା ଦଳ ସାଧାରଣ ଲୋକଙ୍କ ସ୍ବର ହୋଇ ଏହି ନିର୍ଣ୍ଣାୟକ ଲଢେଇ ଜାରି ରଖିବ ଏବଂ ଓଡ଼ିଶା ର ପ୍ରତ୍ୟେକ ଯୁବକ ଛାତ୍ର କେନ୍ଦ୍ର ସରକାର ଙ୍କ ଏହି ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବେ ଯେପର୍ଯ୍ୟନ୍ତ ଗ୍ୟାସ ର ମୂଲ୍ୟ ହ୍ରାସ ନ ଘଟିଛି।ଏହି ଓ୍ବେବିନାର କୁ ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ନାୟକ ସଂଯୋଜନା କରିଥିଲେ । ଏହି ଓ୍ବେବିନାର ରେ ବିଜୁ ଯୁବ ଛାତ୍ର ଜନତା ଦଳ ର ସମସ୍ତ ରାଜ୍ୟ କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଉପସଭାପତି, ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଙ୍କ ସମେତ ସମସ୍ତ ବ୍ଲକ୍ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ମିଡିଆ ଇନଚାର୍ଜ ଆଶିଷ ରଂଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।

Leave a Reply