ଆଜି ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ

ଭୁବନେଶ୍ବର : ଆଜି ଅନୁଷ୍ଠିତ ହେବ ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ । ଶଙ୍ଖ ଭବନରେ ସକାଳ ସାଢେ ୯ଟାରୁ ଦିନ ଦୁଇଟା ପର୍ଯ୍ଯନ୍ତ ବୈଠକ ବସିବ । ଏଥିରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଏବଂ ରାଜ୍ଯ କର୍ମକର୍ତ୍ତା ଉପସ୍ଥିତ ରହିବେ ।  ବିଜେଡି ସଭାପତି  ନବୀନ ପଟ୍ଟନାୟକ କାର୍ଯ୍ଯକ୍ରମରେ  ଯୋଗଦେଇ ଦିଗଦର୍ଶନ ପ୍ରଦାନ କରିବେ । ବିଜୁ ଛାତ୍ର ଜନତା ଦଳ କିଭଳି ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବ ସେନେଇ ଗୁରୁମନ୍ତ୍ର ଦେବେ ନବୀନ । ବୈଠକରେ ଆଗାମୀ ଦିନର କାର୍ଯ୍ଯକ୍ରମ ଓ ସାଂଗଠନିକ ଖସଡ଼ା ପ୍ରସ୍ତୁତ ହେବ । ବିସିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ତୃଣମୂଳସ୍ତରରୁ ଦଳର ସଂଗଠନ ସୁଦୃଢ କରିବାକୁ ଦିଗରେ ପଦକ୍ଷେପ ନେବାକୁ କାର୍ଯ୍ଯପନ୍ଥା ସ୍ଥିର କରାଯିବ । ବିଜେଡିର ସମସ୍ତ କର୍ମକର୍ତ୍ତା ସମାଜିକ ଗଣମାଧ୍ଯମରେ କିଭଳି ଅଧିକ କ୍ରିୟାଶୀଳ ହେବେ ସେଥିପାଇଁ ଦୃଷ୍ଟି ଦିଆଯିବ । ଛାତ୍ର ସଂସଦ ନିର୍ବାଚନ କରିବାକୁ ବିଜେପି ପ୍ରତିଶୃତି ଦେଇଥିଲା । ହେଲେ ସରକାରକୁ ଆସିବା ପରେ ନିଜ କଥା ରଖିବାରେ ବିଫଳ ହୋଇଛି । ଏହି ପ୍ରସଙ୍ଗକୁ ନେଇ ଦଳର ଆଭିମୁଖ୍ଯ କିପରି ରହିବ ସେନେଇ ଆଲୋଚନା ହୋଇପାରେ ।