ଛାତ୍ରନେତାଙ୍କ ହାତରେ ରହିବ ଡିଜିଟାଲ ଅସ୍ତ୍ର, ପଞ୍ଚାୟତ ବୈତରଣୀ ପାର ହେବ ବିଜେଡି

ଭୁବନେଶ୍ୱର: ଡିଜିଟାଲ କ୍ୟାମ୍ପେନିଂ ପାଇଁ ବିଜେଡିର ଫୋକସ । ଡିଜିଟାଲ କ୍ୟାମ୍ପେନର ମୁଖ୍ୟ ପୁରୋଧା ସାଜିବା ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରତେକ କର୍ମୀଙ୍କୁ ଆହ୍ୱାନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିକାଶର କାର୍ଯ୍ୟଧାରାକୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ନେଇ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ପ୍ରତେକ କର୍ମୀ ମୁଖ୍ୟମନ୍ତ୍ରୀ ନେତୃତ୍ୱରେ ସଶକ୍ତ ଓ ଆଧୁନିକ ଓଡ଼ିଶା ଗଠନ କରିବା ଦିଗରେ ସଦା ସର୍ବଦା କର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ ପ୍ରଣବ ।

ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଏହି ଭର୍ଚୁଆଲ୍ ବୈଠକରେ ସାମିଲ ହୋଇଥିଲେ । ବିଜୁ ଛାତ୍ର ଜନତା ଦଳର ସମସ୍ତ ଜିଲ୍ଲା ସଭାପତି, ରାଜ୍ୟ କର୍ମକର୍ତ୍ତା ଓ ସମସ୍ତ ବ୍ଲକ୍, ମୁନସିପାଲଟି ଏବଂ ଏନ୍ଏସି ସଭାପତି ମଧ୍ୟ ଭର୍ଚ୍ଚଆଲ ବୈଠକରେ ଉପସ୍ଥିତ ଥିଲେ ।

Leave a Reply