ଓକିଲ ଆନ୍ଦୋଳନ ଘଟଣା: ତିଆରି ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ସମ୍ବଲପୁର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ସମୟରେ କୋର୍ଟ ଭିତରେ ପଶି ଭଂଗାରୁଜା ଘଟଣା । ତିଆରି ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଏହାସହ କେବଳ ୫୪ ଜଣ ସଦସ୍ୟଙ୍କ ସସପେଣ୍ଡ  କଟକଣା ବଳବତ୍ତରେ ରହିବ ବୋଲି ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୫୪ ଜଣ ସଦସ୍ୟଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ଲାଇସେନ୍ସ ସସପେଣ୍ଡ ପ୍ରତ୍ୟାହାର ହୋଇଥିବା ସୂଚନା ମିଳିଛି । ସେପଟେ ଫେବୃଆରୀ ୧୫ ସୁଦ୍ଧା ଲାଇସେନ୍ସ ସସପେଣ୍ଡ ହୋଇଥିବା ସଦସ୍ୟ ମାନେ ବିସିଆଇ ନିକଟରେ  ନିଜ ପକ୍ଷ ରଖିପାରିବେ ଆଇନଜୀବୀ ବୋଲି ସ୍ପଷ୍ଟ କରିଛି ବାର କାଉନସିଲ୍ ଅଫ ଇଣ୍ଡିଆ ।

ଗତକାଲି ଆଉ ୧୧ ଜଣଙ୍କୁ ସସପେଣ୍ଡ କରିଥିଲେ ବାର୍ କାଉନସିଲ ଅଫ ଇଣ୍ଡିଆ । ଫଳରେ ନିଲମ୍ବିତ ଆଇନଜୀବୀଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । କେଉଁମାନେ ଘଟଣା ପଛରେ ଥାଇ ହିଂସାକାଣ୍ଡ ଘଟାଇବା ପାଇଁ ପ୍ରବର୍ତ୍ତାଇଥିଲେ ତାହାର ତଦନ୍ତ ଲାଗି ଗଠିତ ହୋଇଛି ୩ ଜଣିଆ ସତ୍ୟ ଅନୁସନ୍ଧାନକାରୀ ଟିମ୍ ।

୧୫ ଜାନୁଆରୀ ସୁଦ୍ଧା ବାର କାଉନସିଲକୁ ରିପୋର୍ଟ ପ୍ରଦାନ କରିବ ଟିମ୍ । ଟିମର ରିପୋର୍ଟକୁ ଭିତ୍ତି କରି ଦୋଷୀଥିବା ଓକିଲଙ୍କ ବିରୋଧରେ ପୁଣି ଥରେ ବଳବତ୍ତର ରହିପାରେ ସସପେଣ୍ଡ ଆଦେଶ ।