UAEର ୧୪ ହୋଟେଲର ୭୫୦ ଷ୍ଟାଫଙ୍କ ଶେଷ ହେଲା କୋଭିଡ ଟେଷ୍ଟ, IPL ସମୟରେ ହେବ ମୋଟ୍ ୩୦ ହଜାର ଟେଷ୍ଟ
1 min read
ଦୁବାଇ: ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟକୁ କରୋନାରୁ ବଞ୍ଚାଇବାକୁ ବିସିସିଆଇ ଖୁବ ଚେଷ୍ଟା କରୁଛି । ଲିଗ୍ ସମୟରେ ୟୁଏଇର ଭିପିଏସ୍ ହେଲଥ କେୟାର ଜରୁରୀକାଳୀନ ମେଡିକାଲ୍ ସର୍ଭିସ୍, ସ୍ପୋର୍ଟସ୍ ମେଡିସିନ୍ ସପୋର୍ଟ, ସ୍ପେଶାଲିଷ୍ଟ ଟେଲି କନ୍ସଲଟେସନ୍, ଡକ୍ଟର ଅନ୍ କଲ୍, ଆମ୍ବୁଲାନ୍ସ, ଏୟାର ଆମ୍ବୁଲାନ୍ସ ଭଳି ସେବା ପାଇଁ ସହଭାଗୀ ହୋଇଛି।
ଔଷଧ ଏବଂ କୋଭିଡ -19 ପରିଚାଳନା ପାଇଁ ଏକ ୧୦୦ ଜଣିଆ ସଦସ୍ୟ ଦଳ ଗଠନ କରାଯାଇଛି, ଯାହା ଖେଳାଳିମାନଙ୍କୁ ସାହାଯ୍ୟ କରିବେ । ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଲ୍ୟାବ ଟେକ୍ନିସିଆନଙ୍କୁ ନେଇ ପ୍ରତ୍ୟେକ ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଦୁଇଟି ଡାକ୍ତରୀ ଦଳ ଉପଲବ୍ଧ ହେବ।
କମ୍ ମ୍ୟାଚ କିନ୍ତୁ ଟେଷ୍ଟ ଅଧିକ
ଦ୍ୱିତୀୟ ପର୍ଯ୍ୟାୟରେ କମ୍ ମ୍ୟାଚ୍ ଥିବା ସତ୍ତ୍ୱେ ଅଧିକ କୋଭିଡ୍ ଟେଷ୍ଟ ହେବ । ଖେଳାଳିମାନେ ୟୁଏଇରେ ପହଞ୍ଚିବା ପୂର୍ବରୁ ଦୁବାଇ ଏବଂ ଆବୁଧାବିର ୧୪ ହୋଟେଲରେ ୭୫୦ରୁ ଅଧିକ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ନୂତନ କୋଭିଡ ପ୍ରୋଟୋକଲ ଅନୁଯାୟୀ ସମସ୍ତ ତୃତୀୟ ଦିନରେ ସମସ୍ତ ଖେଳାଳି ଏବଂ ଅଧିକାରୀଙ୍କ କୋଭିଡ ଟେଷ୍ଟ । ଟୁର୍ନାମେଣ୍ଟ ସମୟରେ ୩୦ ହଜାର ଥର କରୋନା ଟେଷ୍ଟ ହେବା ନେଇ ସୂଚନା ମିଳିଛି । ଏଥିସହ, ସୁରକ୍ଷିତ ବାୟୋ-ବୁବୁଲ୍ସ ପାଇଁ ନର୍ସ ଏବଂ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ସେହି ୧୪ ହୋଟେଲରେ ସ୍ଥାନିତ କରାଯାଇଛି ଯେଉଁଠାରେ ଖେଳାଳିମାନେ ଲିଗ୍ ଶେଷ ପର୍ଯ୍ୟନ୍ତ ରହୁଛନ୍ତି ।
ଭିପିଏସ୍ ହେଲଥ କେୟାରର ସିଇଓ ଡ. ଶାଜିର ଗଫାର କହିଛନ୍ତି, ‘ଆମ ଦଳ ଆଇପିଏଲ ସମୟରେ ଚିକିତ୍ସା ସୁବିଧା ଯୋଗାଇବାକୁ ପ୍ରସ୍ତୁତ ରହିଛି। ସମଗ୍ର ଟୁର୍ନାମେଣ୍ଟରେ ଏକ ସୁରକ୍ଷିତ ପରିବେଶ ଯୋଗାଇବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ । ମହାମାରୀ ସମୟରେ ଉଚ୍ଚ-ପ୍ରୋଫାଇଲ୍ କ୍ରୀଡା ଇଭେଣ୍ଟରେ ୟୁଏଇର ଭଲ ଷ୍ଟ୍ରାଇକ୍ ହାର ରହିଛି । ଆଇପିଏଲ୍ ପରେ ଟି-୨୦ ବିଶ୍ୱକପ୍ ମଧ୍ୟ ଅଛି । ଆଶାକରେ ଏହା ୟୁଏଇକୁ ଏକ ସୁରକ୍ଷିତ ବିଶ୍ୱସ୍ତରୀୟ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବରେ ଉଭା କରିବାରେ ସାହାଯ୍ୟ କରିବ ।’
୨୦୧୯ ପରେ ପ୍ରଥମ ଥର ପାଇଁ ଷ୍ଟାଡିୟମ ଭିତରେ ଫ୍ୟାନ୍ସଙ୍କ ଉପସ୍ଥିତି
ସୀମିତ ସଂଖ୍ୟକ ଫ୍ୟାନ୍ସଙ୍କୁ ଆଇପିଏଲ ପାଇଁ ଷ୍ଟାଡିୟମକୁ ଯିବାକୁ ଅନୁମତି ଦିଆଯାଇଛି । ବହୁ ପ୍ରତୀକ୍ଷିତ ଟି-୨୦ ଲିଗର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ୟୁଏଇର ଦୁବାଇ, ଆବୁଧାବି ଏବଂ ଶାରଜାଠାରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଦୁବାଇରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ।
୨୦୧୯ ପରେ ପ୍ରଥମ ଥର ପାଇଁ ପ୍ରଶଂସକଙ୍କ ଉପସ୍ଥିତିରେ ଲିଗ୍ ମ୍ୟାଚ୍ ଖେଳାଯିବ । ତେବେ କେତେ ପ୍ରତିଶତ ପ୍ରଶଂସକ ଷ୍ଟାଡିୟମରେ ପ୍ରବେଶ କରିବେ ସେ ନେଇ ଲିଗ୍ର ଆୟୋଜକମାନେ କିଛି ସୂଚନା ଦେଇନାହାନ୍ତି । କିନ୍ତୁ ସୂଚନାନୁସାରେ ଷ୍ଟାଡିୟମର କ୍ଷମତାର ୫୦ ପ୍ରତିଶତ ପ୍ରଶଂସକଙ୍କୁ ଏଣ୍ଟ୍ରି ଦିଆଯିବ ।