ଆଇସିସି କ୍ରିକେଟ କମିଟି ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଆଇସିସି କ୍ରିକେଟ କାଉନସିଲର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି । ଅନିଲ କୁମ୍ଭଲେଙ୍କ ସ୍ଥାନରେ ଗାଙ୍ଗୁଲିଙ୍କୁ ମିଳିଛି ଏହି ପଦ । ବିସିସିଆଇ ସଭାପତି ସହ ସୌରଭ ଗାଙ୍ଗୁଲି ଆଇସିସି କ୍ରିକେଟ କାଉନସିଲର ଚେୟାରମ୍ୟାନ ପଦ ମଧ୍ୟ ସମ୍ଭାଳିବେ । ଆଇସିସି ଗଭର୍ଣ୍ଣିଂ ବଡି ଆଜି ଏନେଇ ସୂଚନା ଦେଇଛି । ୨୦୧୨ରେ ଏହି ପଦରେ ନିଯୁକ୍ତି ହୋଇଥିବା କୁମ୍ଭଲେ ଲଗାତର ତିନି ବର୍ଷ ଧରି ତିନି ତିନି ଥର ଏହି ପଦରେ ରହିଛନ୍ତି । ତେବେ ୯ ବର୍ଷ ଧରି ଅନିଲ କୁମ୍ଭଲେ ଏହି ପଦରେ ରହିଥିଲେ । ତେବେ ଅନିଲ କୁମ୍ଭଲେ ଏହି ପଦରୁ ଇସ୍ତଫା ଦେବାରେ ଗାଙ୍ଗୁଲିଙ୍କୁ ମିଳିଛି ଏହି ପଦ । ଗାଙ୍ଗୁଲି ଏହି ପଦରେ ନିଯୁକ୍ତି ହେବା ପରେ ଆଇସିସି ଚେୟାରମ୍ୟାନ ଗ୍ରେଗ୍ ବାରକ୍ଲେ କହିଛନ୍ତି କି ଆଇସିସି ପୁରଷ କ୍ରିକେଟ କମିଟିର ଚେୟାରମ୍ୟାନ ଭାବରେ ନିଯୁକ୍ତି ହୋଇଥିବା ନିଷ୍ପତିକୁ ମୁଁ ସ୍ବାଗତ କରୁଛି । ସେ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ଅଟନ୍ତି । ଏବଂ ଏହା ପରେ ପ୍ରଶସକ ଭାବରେ ମଧ୍ୟରେ ତାଙ୍କ ବେଶ୍ ଅନୁଭବ ରହିଛି । ତେବେ ଗାଙ୍ଗୁଲିଙ୍କ ଏହି ଅଭିଜ୍ଞତା ଆମକୁ ଆଗକୁ ବଢ଼ିବାରେ ଏବଂ କ୍ରିକେଟକୁ କିପରି ଆହୁର ଭଲ କରାଯାଇପାରିବ ସେ ଉପରେ ଗାଙ୍ଗୁଲି ସାହାର୍ଯ୍ୟ କରିବେ ବୋଲି କହିଛନ୍ତି ଆଇସିସି ଚେୟାରମ୍ୟାନ ଗ୍ରେଗ୍ ବାରକ୍ଲେ ।

ଏହା ସହ ଅନିଲ କୁମ୍ଭଲେ ଯେପରି ବିଗତ ୯ ବର୍ଷ ଧରି ନେତୃତ୍ବ ନେଉଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଯେଉଁଭଳି ଭାବରେ କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ଡିଆରଏସକୁ ଯେପରି ନିୟମିତ ଭାବରେ କ୍ରିକେଟରେ ବ୍ୟବହାର ହେଉଛି ଏବଂ ଲଗାତର ଭାବରେ ଅନ୍ତର୍ଜାତୀୟ କ୍ରିକେଟରେ ସୁଧାର ଆସିଛି ସେଥିରେ ଏକ ବଡ଼ ଭୂମିକା ତୁଲାଇଛନ୍ତି ଅନିଲ କୁମ୍ଭଲେ ବୋଲି କହିଛନ୍ତି ଆଇସିସି ଚେୟାରମ୍ୟାନ ଗ୍ରେଗ୍ ବାରକ୍ଲେ ।

 

 

Leave a Reply