ଋଦ୍ଧିମାନ ଶାହଙ୍କୁ ଧମକ ପାଇଁ ସାମ୍ବାଦିକ ବୋରିଆ ମଜୁମଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
1 min readମୁମ୍ବାଇ: ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ବ୍ୟାନ କଲା ବିସିସିଆଇ । କ୍ରିକେଟର ରିଦ୍ଧିମାନ ଶାହଙ୍କୁ ଧମକଚମକ ଅଭିଯୋଗରେ ଦୁଇ ବର୍ଷ ପାଇଁ ବୋରିଆ ମଜୁମଦାରଙ୍କୁ ବିସିସିଆଇ ବ୍ୟାନ କରିଛି । ଫଳରେ ଭାରତରେ ହେଉଥିବା କୌଣସି କ୍ରିକେଟ୍ ମ୍ୟାଚ୍ ପାଇଁ ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ କଭରେଜ୍ ଅନୁମତି ମିଳିବ ନାହିଁ । ଏପରିକି ଭାରତୀୟ ଟିମ୍ ସହ ଅନୁବନ୍ଧିକ କୌଣସି ଖେଳାଳିଙ୍କ ସାକ୍ଷାତକାର ନେଇ ପାରିବେ ନାହିଁ ।
BCCI issues order to ban journalist Boria Majumdar for two years for intimidating cricketer Wriddhiman Saha.
"…The BCCI Committee concluded that the actions by Majumdar were indeed in the nature of threat and intimidation..," read the order. pic.twitter.com/tcUlHuBTZk
— ANI (@ANI) May 4, 2022
କିଛିଦିନ ତଳେ ସାକ୍ଷାତକାର ପାଇଁ ମନା କଲା ପରେ ରିଦ୍ଧିମାନ ଶାହଙ୍କୁ ବୋରିଆ କଟୁ ଶବ୍ଦ ପ୍ରୟୋଗ କରିବା ସହ ଧମକ ଦେଇଥିଲେ । ଏହି ମାମଲାର ଯାଞ୍ଚ ପାଇଁ ବିସିସିଆଇ ତିନି ଜଣିଆ କମିଟି ଗଠନ କରିଥିଲା । କମିଟି ବୋରିଆଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛି । ରିପୋର୍ଟ ଆଧାରରେ ବୋରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିସିସିଆଇ ।