ଆଜି ବିସିସିଆଇର ବାର୍ଷିକ ସାଧାରଣ ବୈଠକ; ବିନ୍ନିଙ୍କ ନାଁରେ ବାଜିପାରେ ମୋହର

ନୂଆଦିଲ୍ଲୀ: ଆଜି ବସୁଛି ବିସିସିଆଇର ବାର୍ଷିକ ସାଧାରଣ ବୈଠକ। ବିସିସିଆଇ ସଭାପତି ପାଇଁ ରୋଜର ବିନ୍ନିଙ୍କ ନାଁରେ ବୈଠକରେ ବାଜିପାରେ ମୋହର। ଏନେଇ ଆଜି ବିଧିବଦ୍ଧ ଘୋଷଣା କରିପାରେ ବୋର୍ଡ । ନାଁ ଘୋଷଣା ହେଲେ ରୋଜର ବିନ୍ନି ହେବେ ପରବର୍ତ୍ତୀ ବିସିସିଆଇ ସଭାପତି । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ ।
ଏହାସହ କୋଷାଧ୍ୟକ୍ଷ ପଦ ଛାଡିଥିବା ଅରୁଣ ଧୁମାଲଙ୍କ ନାଁ ଆଇପିଏଲ୍ ଅଧ୍ୟକ୍ଷ ଭାବେ ଘୋଷଣା କରାଯିବ । ବୈଠକରେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ବିସିସିଆଇ ନିଜେ ପ୍ରାର୍ଥୀ ଦେବ କିମ୍ବା ଗ୍ରେଗ୍ ବାରକ୍ଲେଙ୍କୁ ପୁଣି ଥରେ ସମର୍ଥନ କରିବ ସେନେଇ ବିଚାର କରାଯିବ । ଆଇସିସି ଅଧ୍ୟକ୍ଷ ପଦ ପାଇଁ ଆସନ୍ତା ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ।