ଜୁନ୍ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ, ବାରବାଟୀରେ ମ୍ୟାଚ ଦେଖିବେ ପୂର୍ଣ୍ଣ ଦର୍ଶକ

1 min read

କଟକ: ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଦେଖିବେ ପୂର୍ଣ୍ଣ ଦର୍ଶକ । କ୍ରିକେଟପ୍ରେମୀଙ୍କ ଏହି ନିଷ୍ପତ୍ତି ଆଣିଛି ଖୁସି ଖବର । ଷ୍ଟାଡିୟମର ପୂର୍ଣ୍ଣ କ୍ଷମତା ଅନୁସାରେ ବସିପାରିବେ ଦର୍ଶକ । ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚରେ ଲାଗୁ ହେବ ନିୟମ । ଏନେଇ  ଘୋଷଣା କରିଛି ବିସିସିଆଇ ।

ସୂଚନା ମୁତାବକ ଜୁନ୍ ୯ରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଜୁନ୍ ୧୨ରେ ବାରବାଟୀ ଷ୍ଟାଡିୟମରେ ହେବ ଭାରତ -ଦକ୍ଷିଣ ଆଫ୍ରିକା ମ୍ୟାଚ୍ । ତେବେ ଏହି ନିୟମ ମଧ୍ୟ ବାରବାଟୀରେ ହେବାକୁ ଥିବା ମ୍ୟାଚରେ ଜାରି ରହିବ  । ତେଣୁ ଆସନ୍ତା ଦିନରେ କଟକରେ ହେବାକୁ ଥିବା ମ୍ୟାଚରେ ସମସ୍ତ ଦର୍ଶକ ବସି ମ୍ୟାଚ ଦେଖି ପାରିବେ ।