spot_img

Latest Posts

ଦିନିକିଆ ବିଶ୍ବକପ ପାଇଁ ଆଉ ୪ ଲକ୍ଷ ଟିକେଟ୍ ବିକ୍ରି କରିବ ବିସିସିଆଇ

ନନ୍ଦିଘୋଷ ବ୍ୟୁରୋ: ଆଗାମୀ ଦିନିକିଆ ବିଶ୍ବକପ୍‌ ଚାହିଦାକୁ ଦୃଷ୍ଟିରେ ରଖି ବିସିସିଆଇ ପରବର୍ତ୍ତୀ ପର୍ଯ୍ୟାୟରେ ୪ ଲକ୍ଷ ଟିକେଟ୍‌ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। ଆୟୋଜକ ରାଜ୍ୟ ସଂଘମାନଙ୍କ ସହିତ ଆଲୋଚନା କରିବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ପ୍ରଥମେ ୭ଟି ପର୍ଯ୍ୟାୟରେ ଭାରତ ଓ ଅଣଭାରତୀୟ ମ୍ୟାଚ୍‌ଗୁଡ଼ିକ ସହିତ ଅଭ୍ୟାସ ମ୍ୟାଚ୍‌ଗୁଡ଼ିକ ପାଇଁ ଟିକେଟ୍‌ ବିକ୍ରି କରାଯାଇଥିଲା। ହେଲେ ଚାହିଦା ଅଧିକ ରହୁଥିବାରୁ ଅନେକ ସଂଖ୍ୟାରେ ପ୍ରଶଂସକମାନେ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଥିଲେ। ତେଣୁ ଏହି ଐତିହାସିକ ଇଭେଣ୍ଟରେ ଅଧିକରୁ ଅଧିକ କ୍ରିକେଟ୍‌ ପ୍ରିୟ ଦର୍ଶକଙ୍କୁ ମ୍ୟାଚ୍‌ ଉପଭୋଗ ପାଇଁ ସୁଯୋଗ ଦେବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ଏହାଫଳରେ ମ୍ୟାଚ୍‌ ଦେଖିବା ପାଇଁ ଆଗ୍ରହ ରଖୁଥିବା ପ୍ରଶଂସକମାନେ ଟିକେଟ ପାଇବାରେ ଆଉ ନିରାଶ ହେବେ ନାହିଁ। ବିସିସିଆଇ ସମସ୍ତ ମ୍ୟାଚ୍‌ଗୁଡ଼ିକ ପାଇଁ ସେପ୍ଟେମ୍ବର ୮ ତାରିଖ ରାତି ୮ଟାରୁ ୱେବସାଇଟ୍‌ ଜରିଆରେ ଟିକେଟ୍‌ ବିକ୍ରି କରିବ।

Latest Posts

Don't Miss