ମଦ୍ୟପ ମହିଳାଙ୍କ ଉନ୍ମତ୍ତକାଣ୍ଡ : ଭାଇରାଲ ହେଉଛି ଭିଡିଓ

1 min read

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ମଦ୍ୟପ ମହିଳାଙ୍କ ଉନ୍ମତ୍ତକାଣ୍ଡ । ଜଣେ ମହିଳା ମାତାଲ ଅବସ୍ଥାରେ ଥାନାରେ କାର୍ଯ୍ୟରତ ପୋଲିସଙ୍କୁ ଦୁର୍ବ୍ୟବହାର କରିବା ଭିଡିଓ ଭାଇରାଲ ହୋଇଛି । ଭରତପୁର ଘଟଣା ପରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମହିଳା ଜଣକ ଖଣ୍ଡଗିରି ଥାନାକୁ ଆସି ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଛି I ପୁରୁଷ ଟିଏ ହୋଇଥିଲେ ତାଙ୍କୁ ଗିରଫ କରାଯାଇଥାନ୍ତା। କିନ୍ତୁ ମହିଳା ଯଦି ଥାନାକୁ ମାତାଲ ହୋଇ ଆସନ୍ତି, ତାହେଲେ ପୋଲିସର ନିୟମ କଣ କହୁଛି, ତାକୁ ନେଇ ପ୍ରଶ୍ନ ଉଠୁଛି । ଏଭଳି ଭିଡିଓ ଭାଇରାଲ ପରେ ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ପ୍ରସ୍ତୁତି କରିଛି। ଏପରିକି ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପ୍ରୟାସ ଚାଲିଥିବା ଜଣାପଡିଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଥାନାରେ ପହଞ୍ଚିଛନ୍ତି ପୋଲିସ କମିଶନର । ଖଣ୍ଡଗିରି ଥାନାରେ ପହଞ୍ଚି ସିସିଟିଭି ଓ ଅନ୍ୟ ଭିଜୁଆଲ ଯାଞ୍ଚ ସହ ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ପଚାରାଉଚରା କରିଛନ୍ତି କମିଶନର ।