spot_img

Latest Posts

କୁବେର ଯନ୍ତ୍ରୀଙ୍କ ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ

ଭୁବନେଶ୍ୱର : ଭିଜିଲାନସ ଜାଲରେ ପଡ଼ିଥିବା ଲୋୟର ସୁକତେଲ ନିର୍ମାଣ ମୁଖ୍ଯ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ସଂପତ୍ତି ତାଲିକା ଦେଖି ତାଜୁବ ଭିଜିଲାନ୍ସ। ବିଭିନ୍ନ ପ୍ରକାର ବୀମା ଓ ଜମା ରାଶି ହେଉଛି ୨ କୋଟି ୨୬ ଲକ୍ଷରୁ ଅଧିକ। ଏଥିରେ ରହିଛି ବିଭିନ୍ନ ପ୍ରକାର ନିବେଶ, ବୀମା । ୧ କୋଟି ୮୬ ଲକ୍ଷ ସେ ଦେଇଛନ୍ତି ବିଭିନ୍ନ ବୀମା କମ୍ପାନୀକୁ। ବ୍ଯାଙ୍କ ଡିପୋଜିଟ ବାହାରିଛି ୪୦ ଲକ୍ଷରୁ ଅଧିକ। ତେବେ ବାବୁଙ୍କ ପ୍ଲଟ ସଉକର ମଧ୍ଯ ସୀମା ନାହିଁ। ଏପରିକି ଓଡ଼ିଶା ବାହାରେ ମଧ୍ଯ ପ୍ଲଟ ଅଛି। ଉତ୍ତର ପ୍ରଦେଶ ମଥୁରାରେ ୨ଟି ପ୍ଲଟ ରଖିଛନ୍ତି। ଏହାକୁ ମିଶାଇ ତାଙ୍କର ୩୬ଟି ପ୍ଲଟର ସନ୍ଧାନ ମିଳିଲାଣି।

ଢେଙ୍କାନାଳ ସପ୍ତଶଯ୍ଯାରେ ୮ ଏକରର ଫାର୍ମ ହାଉସ ଅଛି। ତା ଭିତରେ ଅଛି ଦୁଇ ମହଲା କୋଠା। ଫାର୍ମ ଭିତରେ ଏକ କୁକୁଡ଼ା ଫାର୍ମ ବି ଅଛି। ସେଠାରେ ଅଢେଇ ହଜାର ବର୍ଗ ଫୁଟର ଏକ ଗୁହାଳ ଅଛି, ଯେଉଁଠି ୪୫ଟି ଗାଈ ଓ ୨୫ଟି ବାଛୁରୀ ଅଛନ୍ତି। ଗତକାଲି ରେଡରୁ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଗୋଟିଏ ତିନି ମହଲା ବିଲଡିଂ, ନୟାପଲ୍ଲୀରେ ଗୋଟିଏ ଦୁଇ ମହଲା ବିଲଡିଂ, ପୁରୀରେ ଦୁଇଟି ଫ୍ଲାଟ ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ । ଢେଙ୍କାନାଳ, ପୁରୀ ଓ କଟକରେ ସୁନୀଲଙ୍କର ୩୪ଟି ପ୍ଲଟର ସନ୍ଧାନା ମିଳିଛି। ୧୭୬ ଗ୍ରାମ ସୁନା, ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା, ଦୁଇଟି ଟ୍ରକ ଓ ଚାରିଟି ବେନାମୀ କାର, ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ, ବୀମା ନଥି ଜବତ ହୋଇଥିଲା।

ଏକକାଳୀନ ୯ଟି ସ୍ଥାନରେ ରେଡ୍ ହୋଇଥିଲା। ଭୁବନେଶ୍ୱର ନୀଳାଦ୍ରି ବିହାର, ନୟାପଲ୍ଲୀ, ପୁରୀ ଭିଆଇପି ରୋଡରେ ଥିବା ଫ୍ଲାଟ, ବଡ଼ଦାଣ୍ଡରେ ଥିବା ଫ୍ଲାଟ, କଟକ ଗୁରୁଡ଼ିଝାଟିଆରେ ଥିବା ପୈତୃକ ଘର, ଅନୁଗୁଳ କିଶନ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀର ଘର ଓ ଅଫିସ ଚାମ୍ବରରେ ଏକକାଳୀନ ରେଡ଼ ହୋଇଥିଲା। ରେଡ୍ ବେଳେ ସୁନୀଲଙ୍କ ସମ୍ପତ୍ତି ଦେଖି ଆବାକ ହୋଇଯାଇଛି ଭିଜିଲାନ୍ସ । ସବୁ ସ୍ଥାନରେ ଆଲିସାନ ଘର ସହିତ ଘର ଭିତରର ଇଣ୍ଟେରିଅର ଆଖି ଖୋସିହୋଇଗଲା ଭଳି । ବିଭିନ୍ନ ହସ୍ତକଳାରେ ଘରକୁ ସଜାଯାଇଛି ।

Latest Posts

Don't Miss