ଲଭ, ସେକ୍ସ ଧୋକା ଅଭିଯୋଗ: ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇଆଣିଲା..

ନନ୍ଦିଘୋଷ ବ୍ୟୁରୋ: ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇଆଣିଲା ପ୍ରେମିକା । ରାତିରେ କଲ୍ୟାଣମଣ୍ଡପରେ ରିସେପ୍ସନରେ ହେଲା ତୁମ୍ବିତୋଫାନ । ଭୁବନେଶ୍ୱର ଧଉଳି ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏକ ମଣ୍ଡପରେ ଗତକାଲି ରାତିରେ ଚାଲିଥିଲା ବିବାହ ରିସେପସନ । କିନ୍ତୁ ହଠାତ ସେଠାରେ ପହଞ୍ଚିଥିଲେ ପ୍ରେମିକା । ପୂର୍ବରୁ ତାଙ୍କ ସହ ନିର୍ବନ୍ଧ ସରିଥିଲା । କିନ୍ତୁ ଉକ୍ତ ଯୁବତୀଙ୍କୁ ବିବାହ ନକରି ଯୁବକ ଜଣଙ୍କ ଆଉ ଜଣେ ଯୁବତୀଙ୍କୁ ବିବାହ କରୁଥିଲେ । ଖବର ପାଇବା ପରେ ପୋଲିସ ସହାୟତାରେ ଯୁବତୀ ଜଣଙ୍କ ସେଠାରେ ପହଁଚିବା ସହ ବରଙ୍କୁ ଅଟକ ରଖିଛି ପୋଲିସ । ସେପଟେ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିଥିବାରୁ ଲିଙ୍ଗରାଜ ଓ ମହିଳା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଲଭ, ସେକ୍ସ ଧୋକାର ଅଭିଯୋଗ ହେବା ପରେ ପୂରା ଘଟଣାର ତଦନ୍ତ କରୁଛି ପୋଲିସ ।