ମିଠାଦୋକାନୀଙ୍କୁ ହତ୍ୟା କରିବାକୁ ଏମିତି ଫାଇନାଲ ହୋଇଥିଲା ଡିଲ୍

ଭୁବନେଶ୍ୱର: ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ମାମଲା । ହତ୍ୟା ପାଇଁ ୫୦ ହଜାର ଟଙ୍କା ହୋଇଥିଲା ଡିଲ୍ । ଶ୍ରୀତିକକୁ ଆଡଭାନ୍ସ ୧୦ ହଜାର ଟଙ୍କା ଦେଇଥିଲା ରାଜା । ବଳକା ୪୦ ହଜାର ଫୋନ ପେ ରେ ଦେବାକୁ କଥା ଛିଣ୍ଡି ଥିଲା । ଏନକାଉଣ୍ଟର ଭୟରେ ରାଜା ବେହେରା କୋର୍ଟରେ ଆତ୍ମସମର୍ପଣ କରିଥିଲା । ଏହାପରେ ଶ୍ରୀତିକ ଓ ଆଶୁତୋଷକୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ । ସେମାନଙ୍କଠାରୁ ରକ୍ତ ଲଗା ଖଣ୍ଡା ଓ ଦୁଇଟି ବାଇକ ଜବତ କରାଯାଇଛି ।

ତେବେ ସୁପାରି ଟଙ୍କାର ୫ହଜାର ଟଙ୍କା ଜବତ କରିଛି ପୋଲିସ । ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ କୋର୍ଟରେ ଆତ୍ମସମପର୍ଣ କରିଥିଲା । ଘଟଣାରେ ମୋଟ ଆଠ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି । ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିଲା । ଏହାସହ ହତ୍ୟା ମାମଲାରେ ଅନ୍ୟ ୩ ସହଯୋଗୀ ଫେରାର ଅଛନ୍ତି ।

ସୂଚନା ଅନୁସାରେ, ୫୦ ହଜାର ଟଙ୍କାର ସୁପାରି ନେଇଥିଲେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୫ଜଣିଆ ଗ୍ୟାଙ୍ଗ । ମିଠା ଦୋକାନରେ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୁ ସମେତ ୫ଜଣ ହତ୍ୟାକାଣ୍ଡ ପୂର୍ବ ଯୋଜନା କରିଥିଲେ । ୫୦ ହଜାରରେ  ହତ୍ୟା ପାଇଁ ଡିଲ୍ ଫାଇନାଲ ହୋଇଥିଲା । ତେବେ ଏନେଇ ଡିଲ୍ କରିଥିଲା ରାଜା ବେହେରା ଯିଏ କି ଏନକାଉଣ୍ଟ ଭୟ ରେ କୋର୍ଟରେ ଆତ୍ମସମର୍ପଣ କରିଥିଲା । ଏହାପରେ ପୋଲିସ ରାଜା ବେହେରା ରିମାଣ୍ଡରେ ନେଇ ପଚାଉଚରା କରିବା ପରେ ଡିଲ୍ ବିଷୟରେ ଜଣାପଡ଼ିଥିଲା ।

Leave a Reply