ଟ୍ରେନ୍ ଟିକେଟ୍ ନାଁରେ ଲୋକଙ୍କୁ ଲୁଟୁଥିଲେ ନକଲି ଲୋକୋ ପାଇଲଟ୍

ଭୁବନେଶ୍ୱର: ଜିଆରପି ହାତରେ ଟିକେଟ୍ ଠକ । ଲୋକୋ ପାଇଲଟ୍ ବେଶରେ ଯାତ୍ରୀଙ୍କୁ ଲୁଟୁଥିବା ଟ୍ରେନ୍ ଟିକେଟ୍ ଠକକୁ ଭୁବନେଶ୍ୱର ଜିଆରପି ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ଝାଡ଼ଖଣ୍ଡର ସୁରଜ କୁମାର ରାମ । ସୁରଜ ନିଜକୁ ରେଲୱେର ଲୋକୋ ପାଇଲଟ୍ ପରିଚୟ ଦେଇ ଯାତ୍ରୀଙ୍କୁ କନଫର୍ମ ଟିକେଟ୍ କରାଇଦେବ କହୁଥିଲା । ଏପରି ଭାବେ ଠକାମୀ କରୁଥିବା ସୁରଜକୁ ଜିଆରପି ଗିରଫ କରିଛି ।
ଜିଆରପି ସୁରଜଙ୍କ ଠାରୁ ରେଲୱେର ନକଲି ପରିଚୟ ପତ୍ର, ଲୋକୋ ପାଇଲଟ୍ ପୋଷାକ, ଲୋକୋ ପାଇଲଟ୍ ନେମପ୍ଲେଟ୍ ଆଦି ଜବତ କରିଛି । ଜିଆପି କେସ୍ ନମ୍ବର ୧୨୧, ଧାରା ୧୭୧, ୪୧୯, ୪୨୦, ୪୬୮, ୪୭୧ ଆଇପିସିରେ ସୁରଜ ବିରୋଧରେ ମାମଲା ରୁଜୁ କରିଛି ।