ନାବାଳିକା ଗଣ ଦୁଷ୍କର୍ମ ମାମଲା: ଓଟିଭି ଏମଡିଙ୍କ ସହ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର ଓ ଭୁବନେଶ୍ୱର ଡିସିପିଙ୍କୁ ନୋଟିସ୍

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣ ଦୁଷ୍କର୍ମ ମାମଲା । ୧୮ ତାରିଖରେ ହେବା ମାମଲାର ଶୁଣାଣି । ରାଜ୍ୟ ଶିଶୁ ଅଧିକାର ଆୟୋଗରେ ଏହି ମାମଲାର ଶୁଣାଣି ହେବା ନେଇ ସୂଚନା । ପିଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଶୁଣାଣି ହେବ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି ।
ସେହିପରି ୧୮ ତାରିଖରେ ହାଜର ହେବାକୁ ଓଟିଭି ଏମଡିଙ୍କୁ ନୋଟିସ ହୋଇଛି । ଏହାସହ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର , ଅଭିଯୋଗକାରିଣୀ ଓ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।