ମା’ କୋଳକୁ ଫେରିଲା ଉଦ୍ଧାର ଶିଶୁପୁତ୍ର

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ରାମ ମନ୍ଦିର ସାମ୍ନାରୁ ଶିଶୁପୁତ୍ର ଚୋରି ଘଟଣା। ମା’ କୋଳକୁ ଫେରିଲା ଉଦ୍ଧାର ପରେ ଶିଶୁ। ଶିଶୁକୁ ଫେରି ପାଇଁ ମା’ ଭାବବିହ୍ଵଳ ହୋଇପଡ଼ିଥିଲେ। ମା ଓ ପୁଅଙ୍କ ପୁନର୍ମିଳନ ଦେଖି ସମସ୍ତେ ଭାବପ୍ରବଣ ହୋଇପଡିଥିଲେ। ଚୋରି ଶିଶୁପୁତ୍ରକୁ ବାଲେଶ୍ଵରରୁ ଉଦ୍ଧାର କରିଥିଲା ଭୁବନେଶ୍ଵର କମିଶନରେଟ ପୋଲିସ । ଉଦ୍ଧାର ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ପୁତ୍ରର ଚିକିତ୍ସା ପରେ ତାର ମାଆକୁ ଫେରାଇ ଦିଆଯାଇଛି । ଜେଲମ ରାଣୀ ପଣ୍ଡା ନାମକ ମହିଳାଙ୍କ ନିକଟରୁ ଶିଶିଟିକୁ ଉଦ୍ଧାର କରାଯାଇଛି। ବାଲେଶ୍ୱର ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗରୁ ଶିଶୁ ଉଦ୍ଧାର ସହିତ ମହିଳାଙ୍କୁ ସକାଳେ ଉଠାଇ ଆଣିଥିଲା ୬ ଜଣିଆ ଟିମ । ପିଲା ଚୋରି କରିଥିବା ଯୁବକ କିନ୍ତୁ ଫେରାର ହୋଇଯାଇଛି । ଅଙ୍ଗ ତସ୍କରୀ ପାଇଁ ଶିଶୁପୁତ୍ର ଚୋରି ନେଇ ସନ୍ଦେହ କରାଯାଉଛି। କିଡନୀ ପାଇଁ ପିଲା ଚୋରି କରିଥିବା ଅଭିଯୋଗ ହୋଇଛି। ସେପଟେ ସାମ୍ନାକୁ ଆସିଛି ପିଲା ଚୋରି ବେଳର ସିସିଟିଭି । ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଦ୍ଧିତ ମହିଳାଙ୍କ ଦୁଇବର୍ଷର ଶିଶୁପୁତ୍ର ଚୋରି ଘଟଣାରେ ମିଳିଥିଲା ସିସିଟିଭି । ଶନିବାର ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ ହୋଇଥିଲା କଏଦ । ତେବେ କିଏ ଏହି ଲୋକ ? ମା’ ଜୟନ୍ତୀ ମଲ୍ଲିକଙ୍କ ଏତଲା ପରେ ସ୍ପେଶାଲ ଟିମ ଚଢ଼ାଉ କରି ପିଲାଟିକୁ ଉଦ୍ଧାର କରି ଭୁବନେଶ୍ୱର ଆଣିଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।