ଅରୁଣ ଗୋଭିଲଙ୍କୁ ରାମଙ୍କ ବେଶରେ ଷ୍ଟୁଡିଓ ଭିତରେ ପ୍ୟାରେଡ୍ କରାଇବାକୁ ଚାହୁଁଥିଲା BBC

ନୂଆଦିଲ୍ଲୀ: ଭାରତ ବିରୋଧୀ ମନୋଭାବ ରଖୁଥିବା ବିବିସି ରାମାନନ୍ଦ ସାଗରଙ୍କ ‘ରାମାୟଣ’ର ପ୍ରସାରଣ ଅଧିକାର କିଣି ଭଗବାନ ରାମଙ୍କୁ ତାତ୍ସଲ୍ୟ କରିବାକୁ ଚାହୁଁଥିଲା । ଏଭଳି କଥା କହିଛନ୍ତି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର । ନିକଟରେ ରାମାୟଣ ପୁନଃପ୍ରସାରଣ କାଳରେ ୱାସିଂଟନ୍ ପୋଷ୍ଟ ଏକ ଲେଖାରେ ଲକଡାଉନ୍ କାରଣରୁ ବନ୍ଧକ ଥିବା ଦର୍ଶକଙ୍କ ପାଇଁ ରାମାୟଣ ଟିଆରପିରେ ଏକ ନମ୍ବର ହୋଇଛି ବୋଲି ଲେଖିଥିଲା । ଯାହାର ଉତ୍ତରରେ ପ୍ରେମ ସାଗର କହିଛନ୍ତି ଯେ, ସେମିତି ହୋଇଥିଲେ ସବୁ ଚ୍ୟାନେଲ ଟିଆରପିରେ ଭଲ ପ୍ରଦର୍ଶନ କରିଥାନ୍ତେ । ସେ କହିଛନ୍ତି ଯେ,ରାମାୟଣର କୌଣସି ପ୍ରତିଯୋଗୀ ନାହାନ୍ତି ଓ ଏହା ନମ୍ବର ୱାନ୍ ।ଏହା ସହ ସେ ବିଦେଶୀ ମିଡିଆକୁ ପକ୍ଷପାତି ବୋଲି କହିଛନ୍ତି । ଏହାକୁ ନେଇ ସେ ଗୋଟିଏ ଘଟଣା ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ,୯୦ ଦଶକରେ ୱାସିଂଟନ ପୋଷ୍ଟର ଦୁଇ ଜଣ ସାମ୍ବାଦିକ ତାଙ୍କ ସାକ୍ଷାତକାର ନେବାକୁ ଆସିଥିଲେ । ସେମାନେ ତାଙ୍କ ସହ ଭଲ କଥା ହୋଇଥିଲେ । କିନ୍ତୁ ଗଲାପରେ  ତାଙ୍କୁ ନିଚ କରି ଦେଖାଇବା ପାଇଁ ମନଇଛା ଲେଖିଥିଲେ ।

ଏହି କ୍ରମରେ ସେ ବିବିସି ଘଟଣା ମନେ ପକାଇଥିଲେ । ବିବିସି ସମଗ୍ର ଏସିଆରେ ରାମାୟଣର ପ୍ରସାରଣ ଅଧିକାର କିଣିବାକୁ ଚାହୁଁଥିଲା । ପ୍ରେମ ସାଗରଙ୍କ ଅନୁସାରେ ପ୍ରାରମ୍ଭିକ କଥାବାର୍ତ୍ତା ପାଇଁ ସେ ନିଜ ପିତା ରାମାନନ୍ଦ ସାଗରଙ୍କ ସହ ବିବିସି ଷ୍ଟୁଡିଓକୁ ଯାଇଥିଲେ । ସାଥିରେ ଥିଲେ ରାମ (ଅରୁଣ ଗୋଭିଲ) ଓ ରାବଣ( ଅରବିନ୍ଦ ତ୍ରିବେଦୀ) ।

ପ୍ରେମଙ୍କ ଅନୁସାରେ ବିବିସି ଚାହୁଁଥିଲା ଯେ, ଅରୁଣ ଗୋଭିଲ ରାମଙ୍କ ବେଶରେ ବିବିସି ଷ୍ଟୁଡିଓ ଭିତରେ ବୁଲନ୍ତୁ । ଯେମିତିକି ସେମାନେ ଏହି ଦୃଷ୍ୟକୁ ରେକର୍ଡ କରିପାରିବେ । ପ୍ରେମ ସାଗରଙ୍କ ଅନୁସାରେ ସେତେବେଳେ ତାଙ୍କୁ ଓ ତାଙ୍କ ପିତାଙ୍କୁ ଲାଗିଲା ଯେ, ଏହା କୌଣସି ବଡ ଷଡ଼ଯନ୍ତ୍ରର ଅଂଶ ହୋଇପାରେ । ଏହି ଷଡ଼ଯନ୍ତ୍ର କ୍ରମରେ ସେମାନେ ପ୍ରଭୁ ରାମଙ୍କ ଦିବ୍ୟ ଓ ପବିତ୍ର ଭାବମୁର୍ତ୍ତିକୁ ବଦନାମ କରିବାକୁ ଚାହୁଁଥିଲେ । ରାମାନନ୍ଦ ସାଗର କିନ୍ତୁ ସେମିତି ହେବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ।

ଏହାପରେ ବିବିସି  ମୁଖ୍ୟାଳୟରେ ଅଧିକାରୀଙ୍କ ସହ ରାମାନନ୍ଦ ସାଗରଙ୍କ ମିଟିଂ ହୋଇଥିଲା । କିନ୍ତୁ ରାମାନନ୍ଦ ସାଗକ କଣ୍ଟ୍ରାକ୍ଟ ସାଇନ୍ କରିବାକୁ ମନା କରିଦେଇଥିଲେ । ପ୍ରେମ ସାଗରଙ୍କ ଅନୁସାରେ ରାମାନନ୍ଦ ପ୍ରକୃତ ଅର୍ଥରେ ରାମ ଭକ୍ତ ଥିଲେ । ପିଲାବେଳେ ତାଙ୍କ ନାମ ‘ରାମ ଆନନ୍ଦ’ ଥିଲା ।

 

Leave a Reply