ଜମ୍ମୁରେ ବିଗ୍‌ ବସ୍‌ ବିଜେତା ଏଲଭିଶ୍‌ ଯାଦବଙ୍କୁ ଆକ୍ରମଣ

ପୁଣି ଥରେ ଅଡୁଆରେ ଏଲଭିଶ୍‌ ଯାଦବ  । ଏଥର ଜମ୍ମୁରେ ଏଲଭିଶ୍‌ଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି  । ବିଗ ବସ୍‌ ଓଟିଟି ୨ ବିଜେତା ଏଲଭିଶ୍‌ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି  । ଯେଉଁଥିରେ ତାଙ୍କୁ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଛି  । ଗତ ଡିସେମ୍ବର ୨୦ରେ ଏଲଭିଶ୍‌ ତାଙ୍କ ସାଙ୍ଗ ରାଘବ ଶର୍ମା ସହ ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ।

ସେମାନେ ମନ୍ଦିରରୁ ଗୋଡ କାଢିବା ମାତ୍ରେ କିଛି ଯୁବକ ତାଙ୍କ ସାଙ୍ଗଙ୍କ କଲର୍‌ ଭିଡି ବାହାରକୁ ଟାଣି ନେଇଥିଲେ  । ପ୍ରକୃତରେ କିଛି ଯୁବକ ୟୁଟ୍ୟୁବର ଏଲଭିଶ୍‌ ଓ ତାଙ୍କ ସାଙ୍ଗଙ୍କ ସହ ଫଟୋ ଉଠାଇବା ପାଇଁ କହିଥିଲେ  । କିନ୍ତୁ ସେମାନେ ମନା କରିଦେଇଥିଲେ  । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ମାନେ ଏଲଭିଶ୍‌ ଓ ତାଙ୍କ ସାଙ୍ଗକୁ ଘେରି ଯାଇଥିଲେ  । ସେମାନେ ରାଘବଙ୍କ କଲର୍‌ ଧରି ଟାଣି ନେବାବେଳେ ଏଲଭିଶ୍‌ ଘଟଣାସ୍ଥଳରୁ ଅନ୍ୟତ୍ର ଚାଲିଯାଇଥିଲେ  ।

ଗତ ନଭେମ୍ବରରେ ସାପବିଷ ମାମଲାରେ ବିବାଦ ଘେରକୁ ଚାଲିଆସିଥିଲେ ଏଲଭିଶ୍‌  । ପାର୍ଟିରେ ସାପ ବିଷ ବ୍ୟବହାର ହେଉଥିବା ନେଇ ଖବର ପାଇବା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା  ।  ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ଏଲଭିଶ୍‌ଙ୍କ ନାଁ ସାମନାକୁ ଆସିଥିଲା  । ବିଗ୍‌ ବସ୍‌ ଓଟିଟି ବିଜେଡାଙ୍କ ପାର୍ଟିକୁ ଅଭିଯୁକ୍ତ ମାନେ ସାପ ବିଷ ଯୋଗାଉଥିବା ପୋଲିସ ନିକଟରେ ସେମାନେ ସ୍ବୀକାର କରିଥିଲେ  ।