ପ୍ରଦୂଷଣ ରୋକିବ ଏହି ବାଇକ୍, ଦରକାର ହେବନି ପେଟ୍ରୋଲ କି ଡିଜେଲ

1 min read

ଜଗତସିଂହପୁର: ପେଟ୍ରୋଲ ଓ ଡିଜେଲ ରେଟ୍‌ ବଢ଼ୁଛି । ସେପଟେ ନୂଆ ଟ୍ରାଫିକ୍‌ ନିୟମର କଟକଣା ଡର । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ସହ ପ୍ରଦୂଷଣ ବିପଦ ।  ଏଭଳି ସ୍ଥିତିରେ ବ୍ୟାଟେରୀ ବାଇକକୁ ନେଇ ଜଗତସିଂହପୁର ଜିଲ୍ଲାରେ କାହିଁରେ କେତେ ଚର୍ଚ୍ଚା । ଏବେ ରାସ୍ତା ଉପରେ ଚାଲିବ ବ୍ୟାଟେରି ବାଇକ । ଯେଉଁ ବାଇକଟି କେବଳ ବ୍ୟାଟେରିରେ ଚାଲିବ । ଏହି ବାଇକ ଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି ।

ଏଭଳି ଏକ ବାଇକ ନିର୍ମାଣ କରିଛନ୍ତି ଜଗତସିଂହପୁରର ୨ ଜଣ ୱେଲଡିଂ ମିସ୍ତ୍ରୀ । ନାଉଗାଁ ବ୍ଲକ ବେଣାପଡ଼ା ଗାଁର ପ୍ରଦୀପ୍ତ କିଶୋର ମହାପାତ୍ର ଓ ଲିଟୁ ନାନା ମିଶି ବ୍ୟାଟେରି ବାଇକ୍ ତିଆରି କରିଛନ୍ତି । ଏହି ବାଇକକୁ ଦେଖିବା ପାଇଁ ଏବେ ମୁଣ୍ଡାଳ ବଜାରରେ ଥିବା ମା’ ଶାରଳା ଇଂଜିନିୟରିଂ ୱାର୍କସରେ ଭିଡ଼ ଜମୁଛି ।

ବାଇକରେ ୭୫୦ ୱାଟ୍‌ର, ୧୨ ଭୋଲ୍ଟର ୪ଟି ବ୍ୟାଟେରି ସହିତ କଣ୍ଟ୍ରୋଲର ରହିଛି । ଏଥିରେ ୧୮ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଆଗକୁ ବ୍ୟାଟେରି କାର୍‌ ତିଆରି କରିବାକୁ ଦୁହେଁ ଲକ୍ଷ୍ୟ ରଖିଛନ୍ତି ।

')}

Leave a Reply