କରୋନା କାଳରେ ବାଦୁଡି ମଡକ,ଲୋକଙ୍କ ଭିତରେ ଆତଙ୍କ

ବେତୁଲ: ପୂରା ବିଶ୍ୱ କରୋନା ଭାଇରସ୍ କବଜାରେ ଅଛି । କରୋନା ଭାଇରସ୍ ବାଦୁଡ଼ିମାନଙ୍କଠାରୁ ବାହାରିଥିବା ମଧ୍ୟ କୁହାଯାଉଛି । ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଗୋଟିଏ ଗାଁରେ ହଠାତ୍ ବାଦୁଡ଼ିମାନେ ମରି ପଡ଼ିଥିବା ଦେଖିବାକୁ ମିଳିଛି ଏହାକୁ ନେଇ ଲୋକଙ୍କ ଭିତରେ ଆତଙ୍କ ଦେଖାଦେଇଛି ।

କରୋନା ଭାଇରସ ପାଇଁ ଦାୟୀ କରାଯାଉଥିବା ବାଦୁଡ଼ିମାନଙ୍କ ମୃତ୍ୟୁକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ମଧ୍ୟପ୍ରଦେଶର ବୈତୁଲର ଭିମପୁର ବ୍ଲକରେ କୌଣସି ଏକ ଅଜ୍ଞାତ ରୋଗରେ ମରୁଛନ୍ତି ବାଦୁଡ଼ି । ଯଦିଓ ପଶୁ ଚିକିତ୍ସକ ପ୍ରାରମ୍ଭିକ ପରୀକ୍ଷଣରୁ ପ୍ରବଳ ଗରମକୁ ଯୋଡ଼ା ଯାଇ ଦେଖାଯାଇଛି ।

ବେତୁଲ ଜିଲ୍ଲାର ବେହଡ଼ା ଅଞ୍ଚଳରେ ନିଳଗିରି ଗଛରେ ବହୁ ସଂଖ୍ୟକ ବାଦୁଡ଼ି ମରି ଓହଳି ଥିବାର ଦେଖାଯାଇଛି । ଏବଂ ଆଉ କେତକ ବାଦୁଡ଼ି ଗଛ ମୂଳରେ ମରି ପଡ଼ିଛନ୍ତି । କୁହାଯାଉଛି ଯେ, ଏଭଳି ଘଟଣା ଗତ ଚାରିଦିନ ହେବ ଦେଖାଦେଇଛି । ବେହଡ଼ା ଅଞ୍ଚଳରେ ଆଜି ସକାଳେ ଗୋଟିଏ ସ୍ଥାନରେ ଅନେକ ବାଦୁଡ଼ି ମରି ପଡ଼ିଥିବାର ଦେଖିଥିଲେ ଏହାପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଲୋକମାନେ ଏହି ଘଟଣାକୁ କରୋନା ସହ ଯୋଡ଼ି ଦେଖୁଛନ୍ତି ।

ବାଦୁଡ଼ିମାନଙ୍କର ମୃତ୍ୟୁ ପରେ ଲୋକମାନେ ଏସମ୍ପର୍କରେ ବନ ଏବଂ ପଶୁଚିକିତ୍ସା ବିଭାଗକୁ ଜଣାଇଥିଲେ । ଏହାପରେ ସେମାନେ ସେଠାରେ ପହଞ୍ଚି ବାଦୁଡ଼ିମାନଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏମାନଙ୍କ ସାମ୍ପୁଲକୁ ଏକାଠି କରି ଭୋପାଳର ରାଜକୀୟ ଲାବ୍ରୋଟୋରୀକୁ ପଠାଯାଇଛି । ପଶୁ ଚିକିତ୍ସା ଅଧିକାରୀମାନେ ପ୍ରାରମ୍ଭିକ କାରଣ, ପ୍ରବଳ ଗରମ ପାଇଁ ସେମାନଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । କୁହାଯାଉଛି ଯେ,ମୃତ ବାଦୁଡ଼ିମାନଙ୍କ ଶରୀରରେ ପୂରାପୂରି ଡିହାଇଡ୍ରେଟ ହୋଇଯାଇଥିଲା । ତେଣୁ ସନ୍ଦେହ କରାଯାଉଛି ଯେ, ବାଦୁଡ଼ିଙ୍କ ମୃତ୍ୟୁର କାରଣ ପ୍ରବଳ ଗରମ ଏବଂ ପାଣିର ଅଭାବ ହୋଇପାରେ ।

ଏହା ଉପରେ ପଶୁ ଚିକିତ୍ସକ ଡାକ୍ତର ଅରୁଣା କହିବା ଅନୁସାରେ ପ୍ରଥମେ ବାଦୁଡ଼ିମାନଙ୍କ ମୃତ୍ୟୁ ହେଉଥିବା ସୂଚନା ମିଳିଥିଲା ।  ତାପରେ ସେଠାରେ ବାଦୁଡି ମାନଙ୍କ ଶବ ବ୍ୟବଚ୍ଛେଦ କରାଯିବା ସହ ସେମାନଙ୍କ ସାମ୍ପୁଲକୁ ଲାବ୍ରୋଟୋରୀକୁ ପଠାଗଲା  । ଏମିତି ଲାଗୁଥିଲା ଯେ ଅତ୍ୟଧିକ ଗରମ କାରଣରୁ ବାଦୁଡ଼ିମାନଙ୍କ ମୃତ୍ୟୁ ହେଉଛି  ।କିନ୍ତୁ ପ୍ରକୃତ ଘଟଣା କଣ ତାହା ସାମ୍ପୁଲର ପରୀକ୍ଷଣ ପରେହିଁ ଜଣା ପଡ଼ିବ ।

Leave a Reply