ବାସୁଦେବପୁର ବେତଡା ବଜାରରେ ଚାଲିଥିଲା ବେଧଡକ ସେକ୍ସ କାରବାର

1 min read

ପୁଲିସ କବ୍‌ଜାରେ ପୁଣି ଏକ ସେକ୍ସ ରାକେଟ । ବାସୁଦେବପୁର ବେତଡା ବଜାରରେ ଏକ ଭଡା ଘରେ ଚାଲିଥିବା ସେକ୍ସ ରାକେଟ ଉପରେ ପୁଲିସ ଚଢ଼ାଉ କରିଛି । ସୂଚନା ଅନୁସାରେ ସେହି ଭଡା ଘରେ ବହୁ ନିନ ହେବ ସେକ୍ସ ରାକେଟ ଚାଲିଆସୁଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଭଡା ଘର ଉପରେ ଚଢ଼ାଉ କରି ଜଣେ ଯୁବତୀ ଏବଂ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଘଟଣା ସ୍ଥଳରୁ ଅନ୍ୟ ଜଣେ ଯୁବତୀ ଏବଂ ଦୁଇଜଣ ଯୁବକ ଫେରାର ହୋଇଯାଇଛନ୍ତି । ପୋଲିସ ଗିରଫ ୩ଜଣଙ୍କୁ ପଚରାଉଚରା କରୁଛି । ଏହି ଘଟଣା ବାସୁଦେବପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ଏହି ସେକ୍ସ ରାକେଟ୍ କିଏ ଚଳାଉଥିଲା ସେ ନେଇ ପୁଲିସ ନିରବ ରହିଛି । ')}

Leave a Reply