ବାସୁଦେବପୁର ପୌରପାଳିକା କର୍ମଚାରୀଙ୍କୁ ଆକ୍ରମଣ
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା କର୍ମଚାରୀଙ୍କୁ ଆକ୍ରମଣ । ପୌର ପାଳିକାର ୧୦ ନମ୍ବର ୱାର୍ଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଜିଓଟେକ କରିବା ପାଇଁ ଯାଇଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି କର୍ମଚାରୀ ସର୍ବେଶ୍ବର ବେହେରା । ବାଲିନଗର ଗାଁର କମଳାକାନ୍ତ ବାରିକ, ବିକର୍ତ୍ତନ ବାରିକ ଓ ସ୍ନେହଲତା ବାରିକ ପୌରପାଳିକାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ପାଇଥିଲେ । ଘର ନିର୍ମାଣ କରୁଥିବା ଜମିରେ ବିବାଦ ରହିଥିଲା । ହିତାଧିକାରୀଙ୍କ ବିଲ୍ ପାଇଁ ନିର୍ମାଣାଧୀନ ଘରର ଜିଓଟେକ କରିବା ପାଇଁ ସର୍ବେଶ୍ବର ବେହେରା ଯାଇ ଫଟୋ ଉଠାଉ ଥିବା ବେଳେ ବିରୋଧୀ ଗୋଷ୍ଠୀ ପାଟିତୁଣ୍ଡ କରିଥିଲେ । କାହିଁକି ଫଟୋ ଉଠାଇଲ କହି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ସର୍ବେଶ୍ବର ଆହତ ହୋଇଛନ୍ତି ।
କରୋନା ଚିକିତ୍ସା ପରେ କୃତିମ ଫୁସଫୁସ୍ ରୋପଣ; ସ୍ଥାୟୀ ଚିକିତ୍ସା ପାଇଁ ଏୟାର ଆମ୍ୱୁଲାନ୍ସରେ ଗଲେ ହାଇଦ୍ରାବାଦ୍