ବସ୍ତି ସୁରକ୍ଷା ମଞ୍ଚ ଉପଦେଷ୍ଟା ଶିବରାମଙ୍କ ଦେହାନ୍ତ: କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ

1 min read

ଭୁବନେଶ୍ୱର:  ସିପିଆଇ(ଏମ୍-ଏଲ) ରେଡଷ୍ଟାର ପାର୍ଟି ରାଜ୍ୟ ସମ୍ପାଦକ ତଥା ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା କମ୍ରେଡ ଶିବରାମଙ୍କ ଦେହାନ୍ତ । ଗତ କିଛି ଦିନ ହେଲେ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ ଶିବାରାମ । ଜଣେ ଖଟିଖିଆ, ମେହନତି ମଣିଷର ସ୍ୱାର୍ଥ ପାଇଁ ସଂଗ୍ରାମ କରୁଥିବା ନେତା ଭାବେ ସେ ଲୋକଙ୍କ ମଧ୍ୟରେ ପରିଚିତ । ବ୍ୟବହାର ମାର୍ଜିତ ଓ ଅହମିକା ବିବର୍ଜିତ ମଣିଷ ଥିଲେ ସେ । ରାଜଧାନୀରେ ବସ୍ତି ବାସିନ୍ଦାଙ୍କ ଅଧିକାରର ସୁରକ୍ଷା ନେଇ ସେ ଅନେକ ଥର ସ୍ୱର ଉଠାଇଥିଲେ । ରାଜଧାନୀର ଅନେକ ଗଣଆନ୍ଦୋଳନରେ ସେ ଭାଗନେଇଥିଲେ । ତାଙ୍କର ଏଭଳି ଅକାଳରେ ବିୟୋଗରେ ତାଙ୍କ ପରିଚିତଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ଏଥିସହିତ ପଢ଼ନ୍ତୁ: ୨୪ ଘଣ୍ଟାରେ କୋଭିଡ ମୃତ୍ୟୁ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

Leave a Reply