spot_img

Latest Posts

ଶିଶୁଙ୍କୁ ସରକାରଙ୍କ ଭେଟି- ‘ବାତ୍ସଲ୍ୟ’

୩ ବର୍ଷରୁ କମ ବୟସର ଶିଶୁଙ୍କ ପାଇଁ ‘ବାତ୍ସଲ୍ୟ’ ଅଭିଯାନର ଆରମ୍ଭ କରାଯାଇଛି । ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ଏହି ଅଭିଯାନର ଆରମ୍ଭ କରିଛି । ଅଙ୍ଗନବାଡ଼ିର ସେବା ସମୂହରେ ତିନି ବର୍ଷ ବୟସରୁ ଛୋଟ ଶିଶୁଙ୍କ ପାଇଁ ମୁଖ୍ୟତଃ ପରିପୂରକ ପୁଷ୍ଟିସାଧନ , ଟୀକାକରଣ ଓ  ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାବ। ବାତ୍ସଲ୍ୟ’ ଅଭିଯାନରେ ପୁଷ୍ଟି ଓ ସ୍ୱାସ୍ଥ୍ୟ ସେବା ସହିତ ଶିଶୁର ମସ୍ତିଷ୍କର ବିକାଶ ଉପରେ ସୂଚନା ଦିଆଯିବ। ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ବାତ୍ସଲ୍ୟ’ ଅଭିଯାନର ଲୋକାର୍ପଣ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ।

ଏ ଅବସରରେ ଡିଜିଟାଲ୍‌ ମାଧ୍ୟମରେ ଶିଶୁମାନଙ୍କ ପାଇଁ କୁନି କାଲେଣ୍ଡର, ମାତୃଭାଷାଭିତ୍ତିକ ୧୧ଟି ପୋଷ୍ଟର, ଓଡ଼ିଆ ଭାଷାରେ ପ୍ୟରେଣ୍ଟସ୍‌ ପ୍ଲସ୍‌ ମଡୁ୍ୟଲ୍‌, ସୁଖଦ ଲାଳନପାଳନ ସଂପର୍କିତ ଫ୍ଲିପ୍‌ ବୁକ୍‌, ପ୍ରାକ୍‌ଶୈଶବ ଉଦ୍ଦୀପନା ସଂପର୍କିତ ଭିଡ଼ିଓ ଚିତ୍ର ସମ୍ବଳିତ ‘ବାତ୍ସଲ୍ୟ’ ପ୍ୟାକେଜ୍‌ ଉନ୍ମୋଚନ କରିଥିଲେ ମନ୍ତ୍ରୀ । ପ୍ରତି ମାସର ୧୯ ତାରିଖରେ ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ଅଙ୍କୁର ଦିବସ ପାଳନ, ମାତୃଭାଷାଭିତ୍ତିକ ପ୍ରାକ୍‌ଶିକ୍ଷା କାର୍ଯ୍ୟକ୍ରମ ବେଶ୍‌ ସଫଳ ହୋଇଥିବାବେଳେ ‘ବାତ୍ସଲ୍ୟ’ ଅଭିଯାନ ଦୀର୍ଘସ୍ଥାୟୀ ଏବଂ ଫଳପ୍ରଦ ହେବ ବୋଲି ଆଶା ରଖାଯାଇଛି ।

Latest Posts

Don't Miss