କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବାସବରାଜ ବୋମାଇ

1 min read

ବେଙ୍ଗାଲୁରୁ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବାସବରାଜ ବୋମାଇ। ସେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁତ୍ର ।

କର୍ଣ୍ଣାଟକ ରାଜନୀତିରେ ୟେଦ୍ୟୁରପ୍ପା ଶାସନର ପତନ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଜାରି ରହିଥିଲା ଚର୍ଚ୍ଚା । ନୂଆ ମୁଖ୍ୟମନ୍ତ୍ରୀ ବାଛିବା ଲାଗି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀ ଓ ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ଅରୁଣ ସିଂ।

ସୂଚନା ଅନୁଯାୟୀ, ବାସବରାଜ କର୍ଣ୍ଣାଟକ ରାଜନୀତିର ଜଣେ ବଳିଷ୍ଠ ରାଜନୀତିଜ୍ଞ । ସେ ବର୍ତ୍ତମାନ ଗୃହ ବ୍ୟାପାର, ଆଇନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଛନ୍ତି । ଜାନୁଆରୀ ୧୯୬୦ରେ ଲିଙ୍ଗାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାସବରାଜ। ପୂର୍ବରୁ ସେ ଜଳସମ୍ପଦ ଓ ସମବାୟ ମନ୍ତ୍ରୀ ରହିଥିଲେ । ମେକାନିକାଲ ଇଞ୍ଜିନିୟର ଥିବା ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳ ସହ ଥିଲେ । ୧୯୯୮ରୁ ୨୦୦୪ ଯାଏଁ ସେ କର୍ଣ୍ଣାଟକ ବିଧାନସଭା ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ। ସେହି ବର୍ଷ ସେ ସିଗାଓଁ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଅଧିକ ପଢନ୍ତୁ- ୟେଦିୟୁରପ୍ପାଙ୍କ ପରେ କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ଅନେକ ଜନକଲ୍ୟାଣକାରୀ ଯୋଜନା, ଜଳସେଚନ ଯୋଜନା କରି ସେ ଲୋକପ୍ରିୟତା ହାସଲ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ୧୦୦ ପ୍ରତିଶତ ପାଇପ ଜଳ ଜଳସେଚନ ବ୍ୟବସ୍ଥା କରି ଦେଶରେ ଚର୍ଚ୍ଚାର କାରଣ ପାଲଟିଥିଲେ।

 

Leave a Reply