ରମାଦେବୀ ଛାତ୍ରୀଙ୍କ ମଧ୍ୟରେ ନିବିଡତା ସୃଷ୍ଟି କରୁଛି ବସନ୍ତ ଉତ୍ସବ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ବସନ୍ତ ଉତ୍ସବର ଅଷ୍ଟମ ସଂସ୍କରଣ । ଉତ୍ସବକୁ ଉଦଘାଟନ କରିଛନ୍ତି ପ୍ରଖ୍ୟାତ ସାହିତ୍ୟିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା, ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ୫ ଦିନ ଧରି ଚାଲିବାକୁ ଥିବା ଏହି ବସନ୍ତ ଉତ୍ସବରେ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଟିତ ହେବ ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରୀମାନଙ୍କ ମଧ୍ୟରେ ନିବିଡ ବନ୍ଧନ ସୃଷ୍ଟି କରିବା ସହ ଉତ୍ସାହ ଭରିବା ପାଇଁ ଏଭଳି ବସନ୍ତ ଉତ୍ସବ ଆୟୋଜନ କରାଯାଇଛି । ଶେଷ ଦିନରେ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ହୋଲି ଖେଳିବେ । ଏହି ଅବସରରେ ଛାତ୍ରୀମାନଙ୍କୁ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ ।