ବର୍ଷା-ଅନୁଭବ ପାରିବାରିକ ବିବାଦ ପ୍ରସଙ୍ଗ, କଟକ ପୁରୀଘାଟ ଥାନାରେ ବର୍ଷା ଓ ତାଙ୍କ ଶାଶୂ

କଟକ: ଥାନାରେ ଓଲିଉଡ଼ ଅଭିନେତ୍ରୀ ବର୍ଷା ଓ ତାଙ୍କ ଶାଶୁ । ପୁରୀ ଘାଟ ଥାନାରେ ଉଭୟ ପୃଥକ ପୃଥକ ମାମଲା ରୁଜୁ କରିଛନ୍ତି । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ପ୍ରସଙ୍ଗରେ ପୁରୀ ଘାଟ ଥାନାରେ ଅଭିଯୋଗ ଦାଖଲ ହୋଇଛି । ବର୍ଷା ଓ ଅନୁଭବଙ୍କ ମା’ଙ୍କ ପକ୍ଷରୁ ମାମଲା ଦାୟର ହୋଇଥିବା ବେଳେ ଘର ମରାମତି ପାଇଁ ଅନୁରୋଧ ସତ୍ତ୍ୱେ ବର୍ଷା ଘର ଛାଡୁନଥିବା ଶାଶୁ ଅଭିଯୋଗ କରିଛନ୍ତି । ଏମିତିକି ବର୍ଷା ଦୁର୍ବ୍ୟବହାର କରୁଥିବା ମଧ୍ୟ ଅନୁଭବଙ୍କ ମା’ ଅଭିଯୋଗ ଆଣିଛନ୍ତି । ସେପଟେ ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରାଯାଉଥିବା ବର୍ଷା ଅଭିଯୋଗ କରିଛନ୍ତି । ୨ଟି ଯାକ ଅଭିଯୋଗର ଅନୁଧ୍ୟାନ କରୁଛି ପୋଲିସ ।