ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ତତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ

1 min read

କଟକ: କଟକ ମଧ୍ୟସ୍ଥତା କେନ୍ଦ୍ରରେ ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ । ମଧ୍ୟସ୍ତତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି । ଏଥିପାଇଁ ସମୟ ମାଗିଛନ୍ତି ଅନୁଭବ । ଆଜି କଟକ ଏସଡିଜେଏମ କୋର୍ଟରେ ମଧ୍ୟସ୍ଥତା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏଠାକୁ ସାଂସଦ ଅନୁଭବ ମହାନ୍ତି ଆସିନଥିଲେ । ତେବେ ଫେବୃଆରୀ ୨୩ରେ ମଧ୍ୟସ୍ଥତା ପାଇଁ ପରବର୍ତ୍ତୀ ତାରିଖ ଚୂଡାନ୍ତ ହୋଇଛି ।

ପାରିବାରିକ ବିବାଦରେ ଛନ୍ଦି ପଡ଼ିଥିଲା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କ। ବର୍ଷା ଏନେଇ ମହିଳା କମିଶନରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ ଅନୁଭବ, ବର୍ଷା, ଅନୁଭବଙ୍କ ବାପା ଓ ମାଆଙ୍କୁ ହାଜର ପାଇଁ କମିଶନ ନୋଟିସ୍‌ କରିଥିଲେ। ନୋଟିସ୍‌ ମୁତାବକ ପ୍ରଥମେ ବର୍ଷା ମହିଳା କମିଶନଙ୍କ ଅଫିସରେ ପହଞ୍ଚିଥିଲେ । ପରେ ଅନୁଭବ ଆସିଥିଲେ। ହେଲେ ଅନୁଭବଙ୍କ ବାପା-ମାଆ ଆସିନଥିଲେ।

ପରବର୍ତ୍ତୀ ସମୟରେ ବର୍ଷା -ଅନୁଭବ ବିବାଦ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଲା । ବର୍ଷାଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ମାମଲା ୪୯୮(କ) ରୁଜୁ ହୋଇଥିଲା ।  ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ନନ୍ଦିସାହି ଘରେ ଅନୁଭବ ବର୍ଷାଙ୍କ ମଧ୍ୟରେ ରୁମରେ ପ୍ରବେଶ କରିବାର ଅଧିକାରକୁ ନେଇ ବଚସା ପରେ ଅନୁଭବ ରୁମରେ ତାଲା ପକାଇଦେଇଥିବା ଅଭିଯୋଗ କରିଥିଲେ ବର୍ଷା ।

Leave a Reply