ଫ୍ୟାମିଲି କୋର୍ଟରେ ଛିଡ଼ିଲାନି କଥା, ପରସ୍ପର ଉପରେ ଲଦିଲେ ଦୋଷ
କଟକ: ମୁହାଁମୁହିଁ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି । ପାରିବାରିକ ବିବାଦକୁ ନେଇ ଚାଲୁଥିବା ମାମଲାରେ ଉଭୟ ଆଜି ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ହୋଇଥିଲେ । ତିନି ଘଣ୍ଟା ଧରି କାଉନସିଲରଙ୍କ ନିକଟରେ ହାଜର ହୋଇଥିଲେ ଉଭୟ । ପରେ ଅନୁଭବଙ୍କ ଓକିଲ ମଧସ୍ଥତା ବନ୍ଦ ପାଇଁ ଆବେଦନ କରିଥିଲେ । ମାମଲାରେ ବର୍ଷା ସହଯୋଗ କରୁନଥିବା ଅଭିଯୋଗ କରି ସେ ଏପରି ଆବେଦନ କରିଥିଲେ ।
ଅନ୍ୟ ପଟେ ବର୍ଷାଙ୍କ ଓକିଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଦାଲତର ସମସ୍ତ ନିର୍ଦ୍ଦେଶ ବର୍ଷା ପାଳନ କରୁଥିବା କହିଛନ୍ତି ଓକିଲ । ୨ ତିନୋଟି ସେସନରେ ମଧ୍ୟସ୍ଥତା ସରେ ନାହିଁ । ବର୍ଷା ନୁହେଁ ଆଗରୁ ଅନୁଭବ ଆସୁନଥିଲେ । ଏବେ ଦୁଇ ତିନିଟା ତାରିଖ ହେଲା ଅନୁଭବ ଆସୁଛନ୍ତି । ଆପୋଷ ସମାଧାନ ପାଇଁ ଆଶାବାଦୀ ଅଛନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି ।