ଓବାମାଙ୍କୁ କରୋନା: ଆଶୁ ଆରୋଗ୍ୟ କାମନା କଲେ ମୋଦି

ଓ୍ବାଶିଂଟନ: କିଛିଦିନର ବ୍ୟବଧାନ ପରେ ପୁଣି ଫେରିଛି କରୋନା । ଚୀନରେ କରୋନା ମାଡି ଚାଲିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଋଷରେ ନେଇଛି ସବୁଠାରୁ ବେଶି ୫୦୦ରୁ ଅଧିକ ଲୋକଙ୍କ ଜୀବନ । ଏପଟେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରକ ଓବାମାଙ୍କୁ କରୋନା ହୋଇଥିବା ଜଣାପଡିଛି । ଟ୍ବିଟ କରି କରୋନା ପଜିଟିଭ ଥିବା ନିଜେ ଓବାମା ଜଣାଇଛନ୍ତି । ସେ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ‘କିଛିଦିନ ହେଲା ମୋ ଗଳାରେ ଯନ୍ତ୍ରଣା ହେଉଥିଲା । ଚେକଅପ୍ ପରେ ମୁଁ କରୋନା ପଜିଟିଭ ଥିବା ଡାକ୍ତର କହିଥିଲେ । ଏବେ ମୋ ସ୍ବାସ୍ଥାବସ୍ଥାରେ ଉନ୍ନତୀ ଘଟୁଛି ଓ ମୁଁ ସୁସ୍ଥା ଅନୁଭବ କରୁଛି ।’

ସେ ଆହୁରି କହିଛନ୍ତି, ‘ମୋ ସହ ମିଶେଲ (ଓବାମାଙ୍କ ପତ୍ନୀ) ମଧ୍ୟ କରୋନା ଟେଷ୍ଟ କରାଇଥିଲେ । ହେଲେ ସେ କରୋନା ସଂକ୍ରମିତ ହୋଇନାହାନ୍ତି ।’

ଆଶୁ ଆରୋଗ୍ୟ କାମନା କଲେ ମୋଦି

ଓବାମାଙ୍କୁ କରୋନା ହୋଇଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ୍ କରି ଲେଖିଛନ୍ତି, ‘ଆପଣ ଏବଂ ଆପଣଙ୍କ ପରିବାରର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛି ।’

ସୂଚନାଯୋଗ୍ୟ, ଚୀନରେ ପୁଣି ଥରେ କରୋନା ବ୍ୟାପିବାରେ ଲାଗିଛି । ରବିବାର ଗୋଟିଏ ଦିନରେ ୨୦୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।