ରାତିରେ ଚେକିଂ ଚାଲିଥିଲା ବେଳେ ଗାଡ଼ି ଚଢ଼ାଇଦେଲା ମଦୁଆ ଡ୍ରାଇଭର, ଜଣେ ପୋଲିସ ମୃତ

1 min read

ବାରିପଦା: ନୂଆ ମୋଟର ଯାନ ଆଇନ୍, ମୋଟା ଫାଇନ୍ । ମଦୁଆଙ୍କ ନା ଅଛି ଭୟ ନା ଡର । ଚେକିଂ ବେଳେ ଚାଲିଯାଇଛି ପୋଲିସ ଅଧିକାରୀଙ୍କ ଜୀବନ । ସୋମବାର ସନ୍ଧ୍ୟାରେ ବାରିପଦା ଥାନା ତକତପୁର ଅଞ୍ଚଳରେ ପୋଲିସ ଗାଡ଼ି ଚେକିଂ କରୁଥିଲା । ହଠାତ୍ ରକ୍ତମୁଖା ହୋଇ ଦ୍ରୁତଗତିରେ ମାଡ଼ି ଆସିଥିଲା ଏକ ପଲସର ବାଇକ୍ । ଆଉ ଚେକିଂ କରୁଥିବା ଅଧିକାରୀଙ୍କୁ ଧକ୍କା ଦେଇଥିଲା । ଏଥିରେ ଗୁରୁତର ଆହତ ହୋଇଥିଲେ ଥାନା ଏସ୍ଆଇ ଦୟାନିଧି ଦାସ । ତାଙ୍କୁ ତୁରନ୍ତ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ଦୁର୍ଘଟଣା ଘଟାଇଥିବା ପଲସର ବାଇକ୍ OD-11S-1358କୁ ଜବତ କରିବା ସହ ୨ ଜଣଙ୍କୁ ଅଟର ରଖିଛି । ବାଇକ୍ ଚାଳକ ଜଣଙ୍କ ହେଉଛନ୍ତି ଅନିକେତ ସାତୁଆ । ସେ ମଦପିଇ ଗାଡ଼ି ଚଲାଉଥିବା ଜଣାପଡ଼ିଛି ।

ଦୁର୍ଘଟଣା ଖବର ପାଇ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିମନ୍ୟୁ ନାୟକ, ସଦର ଏସଡିପିଓ କେ କେ ହରିପ୍ରସାଦ, ଟାଉନ ଥାନା ଅଧିକାରୀ ଅଶୋକ ନାୟକ ମେଡିକାଲରେ ପହଞ୍ଚିଥିଲେ । ଆଜି ମରଶରୀରକୁ ଗାର୍ଡ ଅଫ ଅନର ଦିଆଯିବ । ପୋଲିସ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

https://nandighoshatv.comtruck-crossed-a-man-while-rto-checking/ ')}

Leave a Reply