ହିତାଧିକାରୀଙ୍କ ଉପରେ ସରକାରୀ ଅଧିକାରୀଙ୍କ ଜୁଲମ୍, ଭିଡିଓ ଭାଇରାଲ..

ନନ୍ଦିଘୋଷ ବ୍ୟୁରୋ: ହିତାଧିକାରୀଙ୍କ ଉପରେ ସରକାରୀ ଅଧିକାରୀଙ୍କ ଜୁଲମ୍। ଅଶାଳୀନ ଶବ୍ଦ ସହ ଦେଉଛନ୍ତି ଧମକ । ଭତ୍ତା ଓ ଚାଉଳ ବନ୍ଦ କରିବାକୁ ଦେଉଛନ୍ତି ଧମକ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ମହିଷାଶୋଳ ପଞ୍ଚାୟତ ଅଧୀନରେ ଜଣେ ବୟସ୍କ ବୃଦ୍ଧାଙ୍କୁ ଏପରି ହୀନିମାନ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏହାର ଏକ୍ସକ୍ଲୁସିଭ ଭିଜୁଆଲ । ମହିଷାଶୋଳ ପଞ୍ଚାୟତର ପିଇଓଙ୍କ ସହିତ ଅନ୍ଯ ସରକାରୀ ବାବୁ ମାନେ ମିଶି ହିତାଧିକାରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାର୍ଯ୍ଯ ବିଳମ୍ବ ହେବାରୁ ହିତାଧିକାରୀଙ୍କ ଉପରେ କିଭଳି ବ୍ୟବହାର କରୁଛନ୍ତି ସରକାରୀ ଅଧିକାରୀ । ଲୋକମାନଙ୍କ ସମସ୍ଯାର ସମାଧାନ କରିବା ସହ ଭଲ ବ୍ଯବହାର କରିବାକୁ ସରକାର ସରକାରୀ ଅଧିକାରୀଙ୍କୁ ବାରମ୍ବାର ତାଗିଦ୍ କରୁଥିଲେ ମଧ୍ୟ ଗ୍ରାଉଣ୍ଡରେ ଚିତ୍ର କିନ୍ତୁ ଅଲଗା। ଲୋକମାନଙ୍କ ସହିତ କିଭଳି କଥାବାର୍ତ୍ତା ବ୍ୟବହାର କରିବାକୁ ପଡ଼ିବ ସେକଥା ସେମାନେ ଭୁଲି ଯାଉଛନ୍ତି । ନିଜର କ୍ଷମତା ବଳରେ ଲେକଙ୍କୁ ଦୁର୍ବ୍ଯବହାର କରୁଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବା ବେଳେ ଆଦିବାସୀଙ୍କ ଉପରେ ଏଭଳି ଜୁଲୁମ ତଦନ୍ତ ସାପେକ୍ଷ। ଦେଖନ୍ତୁ ଏହି ଭିଡିଓକୁ…