spot_img

Latest Posts

ଜଙ୍ଗଲ ମଧ୍ୟରେ ପୋଲିସର ଅତର୍କିତ ଚଢ଼ାଉ, ୨ ଦେଶୀ ବନ୍ଧୁକ ସହ ଗୁଳି ଜବତ

ବାରିପଦା : ଅପରାଧୀଙ୍କ ବଡ଼ ଅଘଟଣ ଘଟାଇବା ଯୋଜନାକୁ ପଣ୍ଡ କଲା ପୋଲିସ।  ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମହେଶପୁର ନିକଟ ଜଙ୍ଗଲରେ ପୋଲିସର ଅତର୍କିତ ଚଢ଼ାଉ।  ୨ଟି ଦେଶୀ ବନ୍ଧୁକ ସହ ୨ଟି ଗୁଳି ଜବତ ହୋଇଛି। ଘଟଣାସ୍ଥଳରୁ ୨ ଦୁର୍ବୁତ୍ତ ଫେରାର ହୋଇଛନ୍ତି।  କିଛି ଦୁର୍ବୁତ୍ତ ବୈଶିଙ୍ଗା ଥାନା ଅଞ୍ଚଳରେ କୌଣସି ଏକ ବଡ଼ ଅଘଟଣ ଘଟାଇବାର ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ।

ମୟୂରଭଞ୍ଜ ଏସପିଙ୍କ ନିର୍ଦେଶ କ୍ରମେ ବେତନଟୀ ଏସଡିପିଓଙ୍କ ତତ୍ୱାବଧାନରେ ବୈଶିଙ୍ଗା ଥାନା ପୋଲିସର ଏକ ଟିମ୍  ଉକ୍ତ ସ୍ଥାନରେ ଆତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୨ ଦୁର୍ବୁତ୍ତ ଫେରାର ହୋଇଥିବାବେଳେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ।

Latest Posts

Don't Miss