ଛେଳି ଚୋରିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷରୁ ଛୁରା ଓ ଗୁଳିମାଡ଼

ନନ୍ଦିଘୋଷ ବ୍ୟୁରୋ: ପୂର୍ବ ଶତୃତା ଓ ଛେଳି ଚୋରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟେ ଉଭୟଙ୍କୁ କଲେ ଛୁରା ଓ ଗୁଳି ମାଡ଼ । ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ବାରିପଦା ଟାଉନ ଥାନା ଅନ୍ତର୍ଗତ କଳିକାପୁର ଅଞ୍ଚଳରେ ଘଟିଛି ଘଟଣା । ଗୁରୁତରଙ୍କୁ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଉତ୍ତେଜନା ଓ ପୋଲିସକୁ ଠେଲାପେଲା କରାଯାଇଛି । ୧୫ରୁ ୨୦ଜଣ ଯୁବକ ଏକତ୍ରିତ ଭାବେ ଆସି ହଠାତ ଆକ୍ରମଣ କରିଥିଲେ । ଜଣେ ଯୁବକଙ୍କ ଛାତିରେ ଗୁଳି ବାଜିଥିବା ବେଳେ ମହିଳାଙ୍କ ମୁଣ୍ଡରେ ଖଣ୍ଡାଚୋଟ ପଡିଛି ।