ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

1 min read

ମୟୁରଭଞ୍ଜ/ବାଲେଶ୍ୱର: ଯାତ୍ରୀବାହୀ ବସ୍ ଦୁର୍ଘଟଣା । ଭୁବନେଶ୍ୱରକୁ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ବିଲ ଭିତରକୁ ଯାତ୍ରୀବାହୀ ବସ୍‌ ଖସିଥିବା ସୂଚନା । ଦୁର୍ଘଟଣାରେ ୪ଯାତ୍ରୀ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ବହଳଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଯାତ୍ରିବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ୪ଜଣ ଆହତମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ନିଆଯାଇଛି । ତେବେ ଅଳ୍ପକେ ବର୍ତିଯାଇଛନ୍ତି ଅଧିକାଂଶ ଯାତ୍ରୀ । ରାଇରଙ୍ଗପୁର ଟାଉନ ଥାନା ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ।

ଅନ୍ୟପଟେ ବାଲେଶ୍ୱର ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତାର ଇଡକୋ ଛକ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୋର ସମୟରେ ଭାରସାମ୍ୟ ହରାଇ ନିର୍ମାଣଧୀନ ବ୍ରିଜ ତଳକୁ ଖସି ପଡ଼ିଛି କାର । କାର ଭିତରେ ଥିବା ୪ ଜଣ ଗୁରୁତର ହୋଇ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟା କେନ୍ଦ୍ର ପରେ ବାଲେଶ୍ୱର ମଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପୁର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପୁଅ ଦିବାକାନ୍ତ ମହାନ୍ତିଙ୍କ ସହିତ ତିନିଜଣ ଆହାତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଘର ହାସିମପୁର ବୋଲି ଜଣାପଡିଛି ।

Leave a Reply