ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ହତ୍ୟା ମାମଲା, ୬ ଗିରଫ

Barhmapur Police Arrested 6 Accuse In Ex Sarpanch Murder Case

ବ୍ରହ୍ମପୁର: ଅନନ୍ତେଇ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସକୁ ସଫଳତା । ୬ ଜଣ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ହତ୍ୟାରେ ବ୍ୟବହୃତ ୩ଟି ଖଣ୍ଡା ଜବତ କରିଛି ପୋଲିସ । ଗୋଟିଏ ଖଣ୍ଡା ଘଟଣାସ୍ଥଳରୁ ମିଳିଥିବା ବେଳେ ଆଉ ୨ଟି ଖଣ୍ଡା ପୋଖରିରୁ ଜବତ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ଠାରୁ ୨ଟି ବାଇକ୍, ୬ଟି ମୋବାଇଲ୍ ଫୋନ, ୨ଟି ଗଜ ଜବତ ହୋଇଛି । ବଡ଼ ବଜାର ଥାନା ପୋଲିସ ଓ ଦିଗପହଣ୍ଡି ପୋଲିସ ମିଳିତ ଭାବେ ଅପରାଧୀଙ୍କୁ ଗିରଫ କରିଛନ୍ତି ।

 Barhmapur Police Arrested 6 Accuse In Ex Sarpanch Murder Case

ପୂର୍ବ ଶତ୍ରୁତାକୁ ନେଇ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କ ହତ୍ୟା କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଏସପି । ଏନେଇ ଏସପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣିବ । ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବ ବୋଲି ଏସପି ସୂଚନା ଦେଇଛନ୍ତି । ଏବେବି ତଦନ୍ତ ଜାରି ରହିଛି ।

ଗତ ୫ ତାରିଖରେ କେତେକ ଦୁର୍ବୃତ୍ତ ପ୍ରଦୀପ ବିଷୋୟୀଙ୍କୁ ବିଚ୍ ରାସ୍ତାରେ ବିଭତ୍ସ ଭାବେ ହତ୍ୟା କରିଥିଲେ । ଘଟଣା ଦିନ ସକାଳ ୭ଟା ୩୦ରେ ପ୍ରଦୀପ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ପରେ ପୋଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଥିଲା । ଗିରଫ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ଗିରଫ ଅଭିଯୁକ୍ତମାନେ ପ୍ରଦୀପଙ୍କ ଗାଁର ବୋଲି ଜଣାପଡ଼ିଛି ।

 Barhmapur Police Arrested 6 Accuse In Ex Sarpanch Murder Case

ଗିରଫ ଅଭିଯୁକ୍ତ ପୂର୍ବରୁ ଅନ୍ୟ ଅପରାଧରେ ଜଡ଼ିତ ଥିବା ପୋଲିସ ସୂଚନା ଦେଇଛି । ହତ୍ୟାକାଣ୍ଡରେ ୨ଟି ବାଇକ୍ ବ୍ୟବହାର ହୋଇଥିଲା । ଏବେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇଥିବା ବେଳେ ମାଷ୍ଟରମାଇଣ୍ଡ କିଏ ସେ ନେଇ ପୋଲିସ ଖୁଲାସା କରିନି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର୍ ହୋଇ ଯାଇଥିଲେ । ପଞ୍ଜାବ, ଦିଲ୍ଲୀ ଓ ରାଉରକେଲାରୁ ଅଭିଯୁକ୍ତଙ୍କୁ ଉଠାଇ ଆଣି ପୋଲିସ ପଚରାଉଚରା କରିବା ପରେ ଗିରଫ କରିଛି ।

Leave a Reply