ଗାଁରେ ବାରହା କରୁଛି ଆକ୍ରମଣ, ଜଣେ ଗୁରୁତର

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ ମୁକୁନ୍ଦ ଦାଶ ପୁର ଗ୍ରାମରେ ବାରହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ହେଉଛନ୍ତି ମୁକୁନ୍ଦଦାଶପୁର ଗ୍ରାମର ରଜବା ଅଲ୍ଲୀ । ରଜବା ଅଲ୍ଲୀ ଙ୍କୁ ଗୁରୁତର ଅବସ୍ଥାରେ ପିପିଲି ହସ୍ପିଟାଲ୍‌ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ରଜବା ଆଜି ସକାଳେ ନିଜ ବାରିକୁ କୌଣସି କାର୍ଯ୍ୟରେ ଯାଇଥିଲେ । ଏହି ସମୟରେ ବୁଦା ରେ ଲୁଚି ରହିଥିବା ଏକ ଜଙ୍ଗଲୀ ବାରହା ରଜବାଙ୍କୁ ଆକ୍ରମଣ କରିଥିଲା ।

ଆକ୍ରମଣ ରେ ରଜବା ଚିତ୍କାର କରିବାରୁ ପରିବାର ଲୋକ ସେଠାରେ ପହଁଞ୍ଚିବା ପରେ ବାରହା ସେଠାରୁ ଚାଲିଯାଇଥିଲା । ବାରହା ଆକ୍ରମଣରେ ରଜବା ଲହୁ ଲୁହାଣ ହୋଇଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ପିପିଲି ମେଡିକାଲ୍‌କୁ ନିଆଯାଇଥିଲା । ଘଟଣା ସ୍ଥଳରେ ବାଲିପାଟଣା ବନ ବିଭାଗ କର୍ମଚାରୀ ପହଁଞ୍ଚିବାରହା କୁ ଠାବ କରିବାକୁ ପ୍ରୟାସ କରିଛନ୍ତି ।