ବିଜେଡିରେ ମିଶିଲେ ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥିନୀ
1 min readବରଗଡ଼: ବିଜେଡିରେ ସାମିଲ ହୋଇଛନ୍ତି ବରଗଡ଼ର ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥିନୀ ରାଜକୁମାରୀ ଦାଶ । ତାଙ୍କ ସ୍ବାମୀ ତଥା ବିଜେପିର ପୂର୍ବତନ କାଉନସିଲର ବିଜୟ ଦାଶ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ୧୩ ନମ୍ବର ଓ୍ବାର୍ଡର ଜଣେ ଟାଣୁଆ ବିଜେପି କର୍ମୀ ଥିଲେ ବିଜୟ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଉଭୟ ବିଜେଡିରେ ମିଶିଛନ୍ତି । ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବ ପ୍ରତି ଭରସା କରି ବିଜୁ ଜନତା ଦଳରେ ଉଭୟ ଯୋଗଦେଇଥିବା କହିଛନ୍ତି ।
ପୌର ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବହୁ ପଛରେ ପଡି ଯାଇଛନ୍ତି । ବିଜେଡି କେବଳ ପ୍ରଚାର ନୁହେଁ, ପ୍ରାର୍ଥୀ ଚୟନ ଓ ଅସନ୍ତୁଷ୍ଟଙ୍କୁ ମନାଇବାରେ ମଧ୍ୟ ସକ୍ଷମ ହୋଇଛି । ପଞ୍ଚାୟତ ନିର୍ବାଚନରେ ବିପୁଳ ସମର୍ଥନ ଓ ୩୦ରୁ ୩୦ ଜିଲ୍ଲାରେ ବ୍ଲକ ଦଖଲ ପରେ ସବୁ ଆଶାୟୀ ବିଜେଡିରୁ ଟିକେଟ ନେଇ ପୌର ମୈଦାନକୁ ଓହ୍ଲାଇବାକୁ ସ୍ଥାନୀୟ ନେତାଙ୍କ ପାଖରେ ଭିଡ ଜମାଇଥିଲେ । ଏମିତି ସ୍ଥିତିରେ ଗୋଟିଏ ଗୋଟିଏ ଜୋନରେ ଏକାଧିକ ପ୍ରାର୍ଥୀକୁ ନେଇ ଚିନ୍ତା ବଢିଥିଲା । ହେଲେ, ଏପରି ସ୍ଥିତିକୁ ମ୍ୟାନେଜ କରିବାକୁ ଦଳ ସମର୍ଥ ହୋଇଥିଲା । ବଡ କଥା ହେଲା, ଦଳ ଓ ଦଳୀୟ ନେତୃତ୍ବ ଉପରେ ଭରସା ରଖୁଥିବା ଶୃଙ୍ଖଳିତ ବିଜେଡି କର୍ମୀମାନେ ସ୍ବ-ଇଚ୍ଛାରେ ନିଜ ନାମାଙ୍କନ ପ୍ରତ୍ୟାହାର ମଧ୍ୟ କରି ନେଇଥିଲେ ।