spot_img

Latest Posts

ବରଗଡ଼ ଯୁବତୀ ଉଦ୍ଧାର ଘଟଣାରେ ନୂଆ ମୋଡ଼: ଏକ ମଲରେ ଯୁବତୀ ଜଣକ ବୁଲୁଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଲା

ବରଗଡ଼: ବରଗଡ଼ ଯୁବତୀ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଏକ ମଲରେ ଯୁବତୀ ଜଣକ ବୁଲୁଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ସେହି ଯୁବତୀଙ୍କ ସହିତ ଦୁଇ ଜଣ ଯୁବକ ବି ଥିଲେ। ସେହି ଭିଜୁଆଲ୍ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଯୁବତୀଙ୍କ ସହିତ ଥିବା ଦୁଇ ଜଣ ଯୁବକ କିଏ, ସେ ନେଇ ପୋଲିସ ତଦନ୍ତ କରୁଛି। ଗତ ୧୨ ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ଯୁବତୀ ଜଣକ ନିଖୋଜ ହୋଇଥିଲେ। ୩୫ ଘଣ୍ଟା ପରେ ଏକ ଜଙ୍ଗଲରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସେ ଏବେ ବି ବୁର୍ଲାର ଭିମସାରରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବେ ବି ଧରାପଡ଼ି ନାହିଁ। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ବରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସଚେତନ ନାଗରିକ ମଂଚ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ଦେଇଛି ଆହ୍ଵାନ। ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିଛି।ଏହି ବନ୍ଦକୁ ବିଭିନ୍ନ ରାଜନୈତକ, ସାମାଜିକ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ପୋଲିସ ତୁରନ୍ତ ଗିରଫ କରୁ ବୋଲି ଦାବି କରିଛନ୍ତି।

Latest Posts

Don't Miss