ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ DSWO, ମିଳିଲା ୨ ଶହରୁ ଅଧିକ ଶାଢ଼ି

1 min read
Bargarh Additional DSWO Chandra Sahoo In Vigilance Net

ବରଗଡ଼: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ସକାଳୁ ସକାଳୁ ଭିଜିଲାନ୍ସର ୧୦ ଜଣିଆ ଟିମ୍ ବରଗଡ଼ ଅତିରିକ୍ତ DSWOଙ୍କ ବାସଭବନରେ ଚଢ଼ାଉ କରିଛି । ବରଗଡ଼ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚନ୍ଦ୍ରା ସାହୁଙ୍କୁ ବରପାଲି ସ୍ଥିତ ବାସ ଭବନରେ ରେଡ୍ କରୁଛି ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ।

Bargarh Additional DSWO Chandra Sahoo In Vigilance Net

ଚନ୍ଦ୍ରା ସାହୁଙ୍କ ବରପାଲି ଡାକବଙ୍ଗଳା ପଡ଼ା ସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଥିବା ବେଳେ ଅଫିସରେ ରେଡ୍ କରିବ ଭିଜିଲାନ୍ସ । ଚଢ଼ାଉ ହେବ ବୋଲି ସୂଚନା ମିଳିଛି ।ତେବେ ଭିଜିଲାନ୍ସ ବିଭାଗ ପକ୍ଷରୁ କାଗଜ ପତ୍ର ଯାଞ୍ଚ ଚାଳିଛି । ଚନ୍ଦ୍ରା ସାହୁଙ୍କ ଘରୁ ଭିଜିଲାନ୍ସ ଏବେ ସୁଦ୍ଧା ୨ ଲକ୍ଷ ୫୪ ହଜାର ୪୨୦ ଟଙ୍କା ଜବତ କରିଛି । ବରପାଲି, ବରଗଡ଼ରେ ଥିବା ଦୁଇଟି ପ୍ଲଟ, ଦୁଇଟି ଚାରି ଚକିଆ ଯାନ ଓ ଗୋଟିଏ ବାଇକ୍ ଜବତ କରିଛି ଭିଜିଲାନ୍ସ ।

Bargarh Additional DSWO Chandra Sahoo In Vigilance Net

ଲକ୍ଷାଧିକ ସୁନା ଅଳଙ୍କାର, ବହୁ ଜମିବାଡ଼ି କାଗଜପତ୍ର ସହିତ ଘରୁ ୨ ଶହରୁ ଅଧିକ ଦାମିକିଆ ଶାଢି ମିଳିଛି । ସମ୍ବଲପୁର ଏବଂ ବରଗଡ଼ ଭିଜିଲାନ୍ସର ୧୦ ଜଣିଆ ଟିମ୍ ରେଡ୍ କରୁଛନ୍ତି । ବ୍ୟାଙ୍କ ଲକର ସହ ଚନ୍ଦ୍ରା ସାହୁଙ୍କ ଅଫିସରେ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Leave a Reply