ବିଜେପିକୁ ଭୋଟ ଦେବାରୁ ବାହାର କରିଦେଲେ ଶାଶୁଘର ଲୋକ

ବରେଲି: ପୁଣି ଉଠିଲା  ତିନ ତଲାକ ଆଇନ ଏବଂ ଗରିବ ଲୋକଙ୍କୁ ମାଗଣା ରାସନ ପ୍ରସଙ୍ଗ ।  ଏହି ପ୍ରସଙ୍ଗ ମଧ୍ୟରେ ବରେଲିର ଜଣେ ମୁସଲମାନ ମହିଳାଙ୍କୁ ବିଧାନସଭା ନିର୍ବାଚନରେ ବିଜେପିକୁ ​​ଭୋଟ୍ ଦେବା ମହଙ୍ଗା ପଡ଼ିଛି । ଶାଶୁଘର ଲୋକେ ମହିଳାଙ୍କୁ ମାଡ଼ ମାରିବା ସହ ଘରୁ ବାହାର କରିଦେଇଛନ୍ତି । ଏହାସହ ତାଙ୍କ ସ୍ୱାମୀ ତାଙ୍କୁ ତିନ ତାଲାକ ଦେବାକୁ ଧମକ ଦେଇଛନ୍ତି । ୟୁପିରେ ଟ୍ରିପଲ ତଲାକ ପ୍ରସଙ୍ଗ ଉଠାଇଥିବା ପୀଡିତା ଜଣଙ୍କ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନାକଭିଙ୍କ ଭଉଣୀ ଫରହତ ନାକଭିଙ୍କୁ ଭେଟି ସାହାଯ୍ୟ ମାଗିଛନ୍ତି ।

କେବଳ ସେତିକି ନୁହେଁ ଶାଶୁଘର ଲୋକ ମହିଳାଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ ପୋଲିସରେ ଅଭିଯୋଗ କରନ୍ତି, ତେବେ ସେମାନେ ତାଙ୍କ ଭାଇକୁ ହତ୍ୟା କରିବେ ।  ନିରନ୍ତର ଧମକ ପାଇବା ପରେ ପୀଡିତା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି।

ସୂଚନା ଅନୁସୀରେ, ବାରଦାରୀ ଅଞ୍ଚଳର ଜଣେ ନିବାସୀ ତାହିର ଅସଂରୀଙ୍କ ଝିଅ ଉଜମାଙ୍କ ବିବାହ ସେହି ଅଞ୍ଚଳର ତସ୍ଲୀମଙ୍କ ସହ ହୋଇଥିଲା । ତେବେ ଦୁଇଜଣଙ୍କ ପ୍ରେମ ବିବାହ କରିଥିଲେ । ପୀଡ଼ିତା ଜଣଙ୍କ କହିଥିଲେ ଯେ ସେ ବିଧାନସଭା ନିର୍ବାଚନରେ ସେ ବିଜେପିକୁ ଭୋଟ ଦେଇଥିଲେ । ଆଉ ଏହି କଥା ଯେତେବେଳେ ସମ୍ପର୍କୀୟ ମାମୁଁ ଜାଣିଲେ ସେତେବେଳେ ପୀଡ଼ିତାଙ୍କ ଦିଅର ଆଉ ମାମୁଁ ତାଙ୍କୁ କାହାକୁ ଭୋଟ ଦେବା କଥା ପଚାରିଥିଲେ । ଆଉ ଏହାର ଉତ୍ତରରେ ଉଜମା ଯେତବେଳେ ବିଜେପି କହିଲେ ସେତେବେଳେ ଦୁଇ ଜଣଯାକ ରାଗିଯାଇଥିଲେ ।

ମହିଳା ଜଣଙ୍କ କହିଛନ୍ତି ଯେ, ମାମୁଁ ଏବଂ ଦିଅର ମିଶି ମହିଳା ଜଣଙ୍କୁ ଖୁବ ମାଡ଼ ମାରିଥିଲେ ଆଉ ତାପରେ ତାକୁ ଘରୁ ବାହାର କରଦେଇଥିଲେ । ଯେତେବେଲେ ଏହି ଦୁଇଜଣଙ୍କୁ ପଚରା ଗଲା ସେମାନେ କହିଥିଲେ ସେ ବିଜେପିକୁ ଭୋଟ ଦେଇଛି ଏବେ ତା ସ୍ୱାମୀ ତାକୁ ତଲାକ ଦେବ । ଭାଜପା ସରକାର ଯଦି ରୋକିପାରିବ ତାହାଲେ ରୋକିକି ଦେଖାଉ ।