ମସଜିଦରେ ସାନିଟାଇଜର ବ୍ୟବହାର ନକରିବାକୁ ଫତୱା, ସାବୁନ ବ୍ୟବହାର କରିବାକୁ ପରାମର୍ଶ

1 min read

ବରେଲୀ: ଉତ୍ତର ପ୍ରଦେଶ ବରେଲୀର ଦରଗାହ ଆଲା ହଜରତର ମୌଲାନା ମସଜିଦରେ ସାନିଟାଇଜର ବ୍ୟବହାର ନକରିବାକୁ ନେଇ ଫତୱା ଜାରି କରିଛନ୍ତି । ମୌଲାନାଙ୍କ ନିବେଦନ ଅନୁସାରେ ସାନିଟାଇଜରରେ ଆଲ୍କୋହଲ ମିଶିଥାଏ ଏବଂ ଇସଲାମ ଧର୍ମ ଏହାର ଅନୁମତି ଦିଏନାହିଁ ।

ଦରଗାହ ଆଲା ହଜରତରୁ ଜାରି ହୋଇଥିବା ଏହି ପ୍ରେସ ନୋଟରେ କୁହାଯାଇଛି ଯେ, ଆଲ୍କୋହଲରେ ପ୍ରସ୍ତୁତ ସାନିଟାଇଜରର ବ୍ୟବହାର ମୁସଲମାନ ମାନଙ୍କର ପାଇଁ ନିଷେଧ ଅଟେ । ସାନିଟାଇଜରରେ ମସଜିଦ ଗୁଡ଼ିକୁ ସଫା କରିବାର ଅର୍ଥ ମସଜିଦକୁ ଅପବିତ୍ର କରିବା ଏବଂ ଅପବିତ୍ର ସ୍ଥାନରେ ନମାଜ ପାଠ କରାଯାଏ ନାହିଁ । ତେଣୁ ଏହା ପ୍ରତିବଦଳରେ ସାବୁନ ବ୍ୟବହାର କରିବାକୁ ନିବେଦନ କରାଯାଇଛି ।

ଏହି ଫତୱାକୁ ନେଇ ଅଲ୍ ଇଣ୍ଡିଆ ତଞ୍ଜିମ ଇଲମା-ଏ ଇସଲାମର ଜେନେରାଲ ସେକ୍ରେଟାରୀ ମୌଲାନା ଶାହବୁଦ୍ଧୀନ ରଜୱୀ କହିଛନ୍ତି ଯେ, ମସଜିଦ ଗୁଡ଼ିକୁ ସଫା ରଖିବା ଅତ୍ୱନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାର ମଧ୍ୟ ସ୍ୱଚ୍ଛତାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ଆଲ୍କୋହଲ ଯୁକ୍ତ ସାନିଟାଇଜକୁ ବ୍ୟବହାର କରି ମସଜିଦ ଗୁଡ଼ିକୁ ସଫା କରିବା କଥା ଉଲ୍ଲେଖ କରାଯାଇଛି ।

ମୌଲାନା ଶାହବୁଦ୍ଧୀନ ରଜୱୀ କହିଛନ୍ତି ଯେ, ଯେହେତୁ ଆଲ୍କୋହଲର ବ୍ୟବହାର ଉଚିତ ନୁହେଁ ତେଣୁ ଫତୱା ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ, ଅଲ୍କୋହଲ ବ୍ୟତୀତ ଅନେକ ଜିନିଷ ରହିଛି, ଯାହା ଦ୍ୱାରା ମସଜିଦକୁ ସଫା କରାଯାଇପାରିବ ।

ତେବେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏବଂ କରୋନା ଭାଇରସ ଠାରୁ ସୁରକ୍ଷିତ ରହିବା ପାଇଁ ବୈଜ୍ଞାନିକ ଏବଂ ଡାକ୍ତର ମାନେ ୭୦ ପ୍ରତିଶତ ଆଲ୍କୋହଲ ଯୁକ୍ତ ସାନିଟାଇଟର ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି, କିନ୍ତୁ ମୌଲାନା ଏହାକୁ ଧର୍ମ ବିରୋଧୀ ବୋଲି ମନେ କରୁଛନ୍ତି ।

 

Leave a Reply