spot_img

Latest Posts

ମାଆକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ ପୁଅ

ନନ୍ଦିଘୋଷ ବ୍ୟୁରୋ: ମାଆକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ ପୁଅ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ପରେ ମେଡ଼ିକାଲରେ ଭର୍ତ୍ତି । ବାରଙ୍ଗ ଥାନା କାନପୁର ପୁରୀ କେନାଲରେ ଅଘଟଣ। ସକାଳ ୯ଟା ସମୟରେ ନନ୍ଦନକାନନ ଥାନା ପଦାସହି ଅଞ୍ଚଳର ଦୁଇ ଭଉଣୀ  ପିଲାଙ୍କୁ ନେଇ ପୁରୀ କେନାଲକୁ ଯାଇଥିଲେ। କେନାଲରେ ଗାଧୋଇବା ବେଳେ ହଠାତ ଦୁଇ ଭଉଣୀ ମଧ୍ୟରୁ ଗୋଟିଏ ଭଉଣୀ ବୁଡି ଯାଉଥିଲେ। ମାଆ ବୁଡିଯାଉଥିବା ଦେଖି ଦୁଇ ପୁଅ ମାଆକୁ ବଞ୍ଚାଇବାକୁ ପାଣି ଭିତରକୁ ପଶି ଯାଇଥିଲେ। ପହଁରା ଆସିନଥିବାରୁ ୨ ପୁଅ ବୁଡ଼ି ଯାଉଥିଲେ। ସେହି ସମୟରେ ପାଖରେ ଗାଧଉଥିବା କିଛି ଲୋକ ଦୁଇ ନାବାଳକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ।

Latest Posts

Don't Miss