ବାହାଘର ସାରି ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

1 min read

ସୋନପୁର: ବରଯାତ୍ରୀ ଗାଡି-ଟ୍ରକ୍ ମୁହାଁମୁହିଁ ଧକ୍କା। ଧକ୍କା ହେବା ଫଳରେ ୮ ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ବାହାଘର ସାରି ଫେରୁଥିବା ସମୟରେ ହୋଇଛି ଦୁର୍ଘଟଣା। ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଝିଙ୍କି ନିକଟରେ ଏହି ଦୁର୍ଘଟଣା ଘଟିଛି। ବରଯାତ୍ରୀ ବଲେରୋ ସହ ସାମ୍ନାରୁ ଧକ୍କା ଦେଲା ଟ୍ରକ।

ମୁହାଁମୁହିଁ ଧକ୍କା  ହେବା ଫଳରେ ୮ ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଜଣ ବରଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ସୋନପୁର ଦମକଳ ବାହିନୀ ଆହତ ମାନଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି। ବରାଯାତ୍ରୀ ମାନେ ହରିନାପାଲି ଗାଁରୁ ପାଟଣାଗଡ଼ ବରଯାତ୍ରୀ ଯାଇ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply