spot_img

Latest Posts

ଅବହେଳିତ ଅବସ୍ଥାରେ ଯାଜପୁରର ପ୍ରସିଦ୍ଧ ବରାହ କ୍ଷେତ୍ର

ନନ୍ଦିଘୋଷ ବ୍ୟୁରୋ: ଯାଜପୁରର ପ୍ରସିଦ୍ଧ ବରାହ କ୍ଷେତ୍ର। ଐତିହାସିକ ଓ ପୁରାଣ କିମ୍ବଦନ୍ତି ବହନ କରୁଥିବା ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ହାତରେ ରହିଥିଲେ ବି ଆଜି ବି ରହିଛି ଅନେକ ସମସ୍ୟା। ଆର୍ଥିକ ଅଭାବରୁ ଦୈନିକ ନୀତିକାନ୍ତି ହେବା କଷ୍ଟକର ହୋଇପଡିଛି। ଏପରିକି ମୁଖ୍ୟ ମନ୍ଦିରରେ ଫାଟ ରହିଥିବା ବେଳେ ତାହା ମରାମତି ହେଉନାହିଁ। ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ପାନୀୟ ଜଳ ଶୈାଚାଳୟ କି ଆଶ୍ରୟ ସ୍ଥଳ ଟିଏ ନାହିଁ। ସେପଟେ ବରାହ କ୍ଷେତ୍ର ରେ ସମସ୍ଯା ସମଧାନ କରାଯିବ ବୋଲି କହିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲପାଳ ।

ବୈତରଣୀ ନଦୀ କୂଳରେ ଅବସ୍ଥିତ ପୁରାତନ ବରାହ କ୍ଷେତ୍ର।  ମନ୍ଦିରରେ ପୁଜା ପାଉଛନ୍ତି ଯଜ୍ଞ ବରାହ, ଶ୍ୱେତ ବରାହ , ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ ।  ପୁରାଣ କିମ୍ବଦନ୍ତି ବହନ କରୁଥିବା ଏହି ମନ୍ଦିରର ସୁରକ୍ଷା ଦାୟିତ୍ୱ ନେଇଛି ଭାରତୀୟ ପ୍ରତ୍ନତତ୍ୱ ବିଭାଗ । କିନ୍ତୁ ସେବାୟତଙ୍କ ଅଭିଯୋଗ, ମାଗି ଯାଚି  ଦୈନିକ ରୀତି ନୀତି ଏବଂ ଭୋଗ କରିବାକୁ ପଡୁଛି। ମନ୍ଦିର ଦଧିନଉତି ଭାଙ୍ଗି ପାଣି ଗଳିଲାଣି। ମନ୍ଦିରରେ ଆଶ୍ରୟ ସ୍ଥଳ, ଶୈାଚାଳୟ, ପାନୀୟ ଜଳ ବ୍ଯବସ୍ଥା ହୋଇପାରିନି । ନାନା ଅସୁବିଧା କାରଣରୁ ଶ୍ରଦ୍ଧାଳୁ ଆସୁନାହାନ୍ତି କି ଠାକୁରଙ୍କ ନୀତିକାନ୍ତି ଠିକ ଭାବେ ହୋଇପାରୁନି । ମନ୍ଦିରର ଉନ୍ନତି ଲାଗି ପଦକ୍ଷେପ ନେବାକୁ ଶ୍ରଦ୍ଧାଳୁ ଓ ସେବାୟତ ଦାବୀ କରିଛନ୍ତି ।

ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ  ରହିଛି କ୍ଷେତ୍ର। ବରାହଙ୍କ  ସହ ଏଠାରେ ରହିଛି ହରଗୌରୀ, ସୂର୍ଯ୍ୟ ଦେବତା, ନବଗ୍ରହ , ବିମଳା ଦେବୀ , ବିଷ୍ଣୁ ଏବଂ ରାମ ମନ୍ଦିର ଭଳି ଅନେକ ଛୋଟ ବଡ ମନ୍ଦିର। ମନ୍ଦିରକୁ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ହେଲେ ପ୍ରଶାସନିକ ଉଦାସୀନତା ଓ ଅବହେଳା କାରଣରୁ ଯାଜପୁରର ଏହି ପୁରାତନ ବିଷ୍ଣୁ କ୍ଷେତ୍ର ଆଜି ଅବହେଳିତ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେପଟେ ମନ୍ଦିର ସମସ୍ୟା ଦୂର କରିବା ଲାଗି ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଓ ତହସିଲ ସହ ଆଲୋଚନା କରାଯାଇ ପଦେକ୍ଷପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

 

Latest Posts

Don't Miss