spot_img

Latest Posts

ବରଗଡ଼ ଅପହରଣ ଘଟଣା : ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେଡି ଟିମ୍

ବରଗଡ଼ : ବରଗଡ଼ ଘଟଣାର ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ। ତାଙ୍କ ଗାଁକୁ ଯାଇ ଏହି ଟିମ୍ ଭେଟିଛି। ପ୍ରତିନିଧି ଦଳରେ ଅଛନ୍ତି ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର, ବରଗଡ଼ ମ୍ୟୁନସିପାଲଟିର କାଉନସିସର୍ ଓ ଆଇନଜୀବୀ ଅନୁପ ଶତପଥୀ ପ୍ରମୁଖ। ଗତ ୧୨ ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ଫେରିନଥିଲେ ପୀଡ଼ିତା। ବହୁତ ଖୋଜାଖୋଜି କରିବା ପରେ କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏବେ ସେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଏକ ଭାଇରାଲ ଅଡିଓ କ୍ଲିପ୍ ଘଟଣାକୁ ନୂଆ ମୋଡ଼ ଦେଇଛି। ଜଣେ ଯୁବକ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲା ଯେ, କୁର୍ଲା ଜଙ୍ଗଲରେ ପୀଡ଼ିତା ଜଣକ ପଡ଼ିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଅଛି। ତୁରନ୍ତ ହସପିଟାଲକୁ ନେବା ପାଇଁ ତୁରନ୍ତ ଆସିବାକୁ ସେ ଫୋନରେ ବାରମ୍ଵାର କହୁଥିଲେ। ଏହି ଘଟଣାରେ ପୋଲିସ ଏଯାଏ କାହାକୁ ଧରିପାରିନି ପୋଲିସ ।

Latest Posts

Don't Miss