ବରଗଡ଼ ଯୁବକଙ୍କ ଉଦ୍ଭାବନ: ବ୍ୟାଟେରୀରେ ଚାଲିବ ସାଇକେଲ୍, ଥରେ ଚାର୍ଜ କଲେ ୧୦୦ କିମି

ବରଗଡ଼: ନିଜସ୍ବ ଜ୍ଞାନ କୌଶଳରେ ଯୁବକଙ୍କ କମାଲ । ବ୍ୟାଟେରୀ ଚାଳିତ ସାଇକେଲ୍ ତିଆରି କଲେ ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗାଁର ଦୁଇ ଭାଇ । ଏହି ସାଇକେଲ୍‌କୁ ଥରେ ଚାର୍ଚ୍ଚ କଲେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଉଛି । ଏଥିପାଇଁ କମ୍ ବିଦ୍ୟୁତ୍ ଖର୍ଚ୍ଚ ମଧ୍ୟ ହେଉଛି । ତୈଳଦର ଆକାଶଛୁଆଁ ରହିଥିବା ବେଳେ ବ୍ୟାଟେରୀ ଚାଳିତ ସାଇକେଲ୍ ଲୋକଙ୍କୁ ଆଶ୍ବସ୍ତି ଦେବ ।

ମାଣ୍ଡୋସିଲ ଗାଁର ମେକାନିକାଲ୍ ଇଞ୍ଜିନିୟର । ତିଆରି କଲେ ବ୍ୟାଟେରୀ ଚାଳିତ ସାଇକେଲ୍ । ଥରେ ଚାର୍ଚ୍ଚ କଲେ ଗଡୁଛି ୧୦୦ କିଲୋମିଟର । ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ, ମଣିଷକୁ ସଫଳତାର ଶୀର୍ଷରେ ପହଁଚାଏ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁର ଦୁଇ ଭାଇ ବିଜୁ ଖୁଣ୍ଟିଆ ଓ ଅଜୁ ଖୁଣ୍ଟିଆ । ନିଜସ୍ବ ଜ୍ଞାନ କୌଶଳରେ କମାଲ କରି ଦେଖାଇଛନ୍ତି । ତୈଳଦର ଆକାଶଛୁଆଁ ବେଳେ ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ୍ ।

ଏହି ବ୍ୟାଟେରୀ ଚାଳିତ ସାଇକେଲ୍ ତିଆରି ପାଇଁ ଦୁଇ ଭାଇଙ୍କୁ ଏକ ମାସ ସମୟ ଲାଗିଛି । ଏଥିପାଇଁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ଗୋଟିଏ ମଟର, ବ୍ୟାଟେରୀ, ଲାଇଟ୍ ଓ ମିଟର ଖଞ୍ଜା ଯାଇଛି । ଏହି ସାଇେକେଲ୍କୁ ଥରେ ଚାର୍ଚ୍ଚ କଲେ ୧୦୦ କିଲୋମିଟର ଯାଉଛି । ଚାର୍ଚ୍ଚ କରିବା ଲାଗି ଖୁବ୍ କମ୍ ବିଦ୍ୟୁତ୍ ଖର୍ଚ୍ଚ ମଧ୍ୟ ହେଉଛି ବୋଲି କହିଛନ୍ତି ସାଇକେଲ୍ ନିର୍ମାତା । ମହଙ୍ଗା ତୈଳ ଦର ସମୟରେ ଏହି ବ୍ୟାଟେରୀ ଚାଳିତ ସାଇକେଲ୍ ଆଶ୍ବସ୍ତି ଦେବ । ତେବେ ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ସାଇକେଲ୍ ତିଆରି କରିବା ଆଶା ରଖିଛନ୍ତି ଦୁଇ ଭାଇ ।

ଏଥିସହିତ ପଢ଼ନ୍ତୁ: ରୋଜଗାରର ଦେଉଛି ଆମ୍ବ ଟାକୁଆ: କୋଇଲି କାଢ଼ି ହୋଇଛନ୍ତି ରୋଜଗାରକ୍ଷମ

Leave a Reply