ବରଗଡ଼ କୋର୍ଟ ସମ୍ମୁଖରୁ ଅପହରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ କୋର୍ଟ ସମ୍ମୁଖରୁ ଅପହରଣ ଅଭିଯୋଗ । ଝାରସୁଗୁଡାର ନିରଞ୍ଜନ ସୁନାଙ୍କୁ ଅପହରଣ କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କଲେ ପରିବାର ଲୋକେ । ଏକ ଜମି ବିକ୍ରି ମାମଲାର ଶୁଣାଣୀ ବେଳେ ନିରଞ୍ଜନଙ୍କୁ ବରଗଡ଼ କୋର୍ଟ ସମ୍ମୁଖରୁ ମମତା ଅଗ୍ରୱାଲ ଓ ତାଙ୍କ ସ୍ୱାମୀ ଅପହରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିବାବେଳେ ମାଡ଼ପିଟ କରିବା ସହ ଏକ ହୋଟେଲରେ ରଖିଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ମମତାଙ୍କ ଠାରୁ ୨୮ ଲକ୍ଷ ଟଙ୍କା ଜମି ବିକ୍ରି କରିବା ପାଇଁ ଆଡଭାନ୍ସ ନେଇଥିବା ଓ ଫେରାଇ ନଥିବା ମମତା ଜଣାଇବା ସହ ନିରଞ୍ଜନ କୋର୍ଟ ସମ୍ମୁଖରେ ମମତାଙ୍କୁ ଖରାପ ବ୍ୟବହାର ଦେଖାଇଥିବା ପାଲଟା ଅଭିଯୋଗ କରିଛନ୍ତି । ଏନେଇ ବରଗଡ଼ ପୋଲିସ୍ ତଦନ୍ତ ଜାରି ରଖିଛି ।