ପୁତନା ଓ ଅନ୍ୟ ରାକ୍ଷସଙ୍କ ନିଧନ ପରେ ମର୍ମାହତ କଂସ

ବରଗଡ଼ : ରାକ୍ଷସ ରାକ୍ଷସୀଙ୍କୁ କୃଷ୍ଣ ବଳରାମ ବଧ କରିବା ପରେ ଭୟଭୀତ ହୋଇଛି କଂସାସୁର । ଶତ୍ରୁ ଶକ୍ତିଶାଳୀ ଜାଣିବା ପରେ କିପରି କଳେବଳେ କୌଶଳେ କୃଷ୍ଣଙ୍କୁ ମାରିବ ସେନେଇ ଚିନ୍ତାରେ ମଥୁରା ନରେଶ । ଏଥିପାଇଁ ପାରିଷଦବର୍ଗଙ୍କ ସହ କରିଛନ୍ତି ବୈଠକ । ବରଗଡ଼ ଧନୁଯାତ୍ରାରେ ପଞ୍ଚମ ଦିନରେ ଆଜି ମହାରାଜା ବ୍ରହ୍ମଚାରୀ ଅଞ୍ଚଳରେ ଦିଗବିଜୟ କରିବେ ।

ସେହିପରି ଗୋପରେ କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଜାମଳାର୍ଜୁନ ଉଦ୍ଧାର, କାଳୀୟ ଦଳନ, ବିଶ୍ବରୂପ ଦର୍ଶନ ଦୃଶ୍ୟ ମଞ୍ଚସ୍ଥ ହେବ । ଗତକାଲି କୃଷ୍ଣଙ୍କୁ ମାରିବାକୁ କଂସ ରାକ୍ଷସୀ ପୁତନା ସମେତ ତୃଣା, ବକା, ଶକଟା, ଷଣ୍ଡା ଆଦି ରାକ୍ଷସଙ୍କୁ ପ୍ରେରଣ କରିଥିଲା । ତେବେ କୃଷ୍ଣଙ୍କୁ ମାରିବାର ସବୁ ଯୋଜନା ଫେଲ ମାରିଛି । ପୁତନାଙ୍କୁ ସ୍ଥନ୍ୟପାନ କରିବା ଆଳରେ ତାର ଜୀବନକୁ ଶୋଷଣ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । ସେହିପରି ତୃଣା, ବକା, ଶକଟା ଓ ଷଣ୍ଡାଙ୍କୁ ବଧ କରିଛନ୍ତି ବେନି ଭାଇ । ଏହି ଖବର ପାଇବା ପରେ ଭୟଭୀତ କଂସ ମହାରାଜ ଦିଗବିଜୟରୁ ଫେରି ପାରିଷଦ ବର୍ଗଙ୍କ ସହ ଆପାଦତାଳୀନ ବୈଠକ କରିଛନ୍ତି ।